Latest Odisha News

BREAKING NEWS

ସୋମବାରଠୁ ଆପଲ୍ ୟୁଜରଙ୍କୁ ଅଧିକ ମୂଲ୍ୟରେ ମିଳିବ ଟ୍ୱିଟର ବ୍ଲୁ ସବସ୍କ୍ରିପସନ

ନୂଆଦିଲ୍ଲୀ: ଟ୍ୱିଟର ଆକାଉଣ୍ଟ ଥିବା ଆପଲ୍ ୟୁଜରଙ୍କ ପାଇଁ ଖୁସି ଖବର । ଅଧିକ ମୂଲ୍ୟରେ ସେମାନେ ପାଇପାରିବେ ଟ୍ୱିଟର ବ୍ଲୁ ସବସ୍କ୍ରିପସନ। ରଏଟର୍ସ ରିପୋର୍ଟ ଅନୁସାରେ, କମ୍ପାନୀ ଏନେଇ ଟ୍ୱିଟ୍ ଜରିଆରେ ସୂଚନା ଦେଇଛି ।

ସୋମବାରଠାରୁ ଆପଲ ୟୁଜରଙ୍କ ପାଇଁ ଟ୍ୱିଟର ଇଙ୍କ୍ ଏହି ସୁବିଧା ଆରମ୍ଭ କରିବାକୁ ଯାଉଛି । ଟ୍ୱିଟର ବ୍ଲୁ ନୂଆ ସଂସ୍କରଣ ପୁଣି ଲଞ୍ଚ କରିବାକୁ ମସ୍କ ଘୋଷଣା କରିଛନ୍ତି । ଫଳରେ ସବସ୍କ୍ରାଇବରଙ୍କୁ ୧୦୮୦ପି ଭିଡିଓ ଅପଲୋଡ୍ କରିବାକୁ ଅନୁମତି ମିଳିବ । ଏହା ସହିତ ଆକାଉଣ୍ଡ ଭେରିଫିକେସନ୍ ପରେ ଏକ ବ୍ଲୁ ଚେକମାର୍କ ହାସଲ କରିବାକୁ ଅନୁମତି ମିଳିବ ।

ଅନ୍ୟ ୟୁଜର ଅପେକ୍ଷା ଆପଲ୍ ୟୁଜରଙ୍କଠାରୁ ଅଧିକ ମୂଲ୍ୟ କାହିଁକି ନେବ ଟ୍ୱିଟର, ସେନେଇ ଏହାର ଓ୍ୱେବସାଇଟରେ କିଛି ଉଲ୍ଲେଖ ହୋଇନି । କମ୍ପାନୀ ଆପ୍ ଷ୍ଟୋରରେ ଲାଗୁ ଶୁଳ୍କକୁ କମାଇବା ନେଇ କମ୍ପାନୀ ବିଭିନ୍ନ ଉପାୟ ଖୋଜୁଥିବା ଜଣାପଡିଛି ।

Comments are closed.