Latest Odisha News

BREAKING NEWS

ଲିଙ୍କଡିନକୁ ଟକ୍କର ଦେବ ଟ୍ୱିଟର, ଆଣୁଛି ଜବ ପୋଷ୍ଟ ଫିଚର

ଓଡି଼ଶା ସମ୍ବାଦ ବ୍ୟୁରୋ: ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟରରେ ଲୋକେ ନିଜର ବିଚାର ସେୟାର କରୁଥିଲେ। କିନ୍ତୁ ଏବେ ଖୁବଶୀଘ୍ର ଟ୍ୱିଟର ଏକ ନୂତନ ଫିଚର ଲଞ୍ଚ କରିବାକୁ ଯାଉଛି। ଆଗାମୀ ଦିନରେ ଟ୍ୱିଟର ଚାକିରି ଖୋଜିବାର ଏକ ନୂତନ ମାଧ୍ୟମ ହେବାକୁ ଯାଉଛି। ଏଲୋନ୍ ମସ୍କ ଟ୍ୱିଟର ଦାୟିତ୍ ଗ୍ରହଣ କରିବା ପରଠାରୁ ଟ୍ୱିଟରରେ ନୂତନ ବୈଶିଷ୍ଟ୍ୟ ଯୋଡୁଛନ୍ତି। ବର୍ତ୍ତମାନ ଖବର ଅନୁଯାୟୀ କମ୍ପାନୀ ଶୀଘ୍ର ଏହାର ପ୍ଲାଟଫର୍ମରେ ଏକ ଜବ ଲିଷ୍ଟି୍‌ ଫିଚର ଯୋଡିବାକୁ ଯାଉଛି।

ୱେବ୍ ଡେଭଲପର୍ ତଥା ଆପ୍ ଅନୁସନ୍ଧାନକାରୀ ନିମା ଓଜିଙ୍କ ଏକ ଟୁଇଟ୍ ଅନୁଯାୟୀ, ଟ୍ୱିଟର ପ୍ଲାଟଫର୍ମରେ ଏକ ନୂତନ ଫିଚର ଯୋଡିବା ନେଇ କାର୍ଯ୍ୟ କରୁଛନ୍ତି। ଏହି ନୂତନ ଫିଚର ସାହାଯ୍ୟରେ ଭେରିଫାଇଡ ଅର୍ଗାନାଇଜେସନ ସହଜରେ ଚାକିରି ସମ୍ପର୍କରେ ପୋଷ୍ଟ କରିପାରିବେ। ଚାକିରି ପୋଷ୍ଟ କରିବା ପାଇଁ କିଛି ସ୍କ୍ରିନସଟ୍ ମଧ୍ୟ ଟ୍ୱିଟ୍ ସହିତ ସେୟାର କରାଯାଇଛି। ଚାକିରି ପୋଷ୍ଟ କରିବା ପାଇଁ କମ୍ପାନୀଗୁଡିକୁ Start Adding Jobs (ଷ୍ଟାର୍ଟ ଆଡିଙ୍ଗ ଜବସ୍) ଅପସନ ଉପରେ କ୍ଲିକ୍ କରିବାକୁ ପଡିବ।

ଷ୍ଟାର୍ଟ ଆଡିଙ୍ଗ ଜବସ୍ ଅପସନରେ କ୍ଲିକ୍ କରିବା ମାତ୍ରେ ଏକ ଫର୍ମ ଖୋଲିବ ଯେଉଁଥିରେ ଯାଞ୍ଚ ହୋଇଥିବା ସଂସ୍ଥାକୁ ଚାକିରି ପୋଷ୍ଟ କରିବା ପାଇଁ URL, ଜବ ଲୋକେଶନ, ଜବ ଟାଇଟେଲ ଏବଂ ଦରମା ପରି ସୂଚନା ପ୍ରଦାନ କରିବାକୁ ପଡିବ। ଟ୍ୱିଟରରେ ଏହି ଫିଚର ଯୋଡିବା ପରେ ସମସ୍ତେ ଟ୍ୱିଟରରେ ଚାକିରି ପୋଷ୍ଟ କରିପାରିବେ ନାହିଁ। କେବଳ ଯାଞ୍ଚ ହୋଇଥିବା ସଂସ୍ଥାମାନେ ଏହି ଫିଚର ମାଧ୍ୟମରେ ଚାକିରି ପୋଷ୍ଟ କରିପାରିବେ। ଯଦି ପ୍ରକୃତରେ ଏପରି ଫିଚର ଟ୍ୱିଟରରେ ଆସେ, ତେବେ ଏହା ଲିଙ୍କଡିନକୁ ସିଧାସଳଖ ଟକ୍କର ଦେବ।

ଚାକିରି ପୋଷ୍ଟ ସାହାଯ୍ୟରେ ଯେକୌଣସି ପ୍ରାର୍ଥୀ ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ଆବେଦନ କରିବାରେ ସାହାଯ୍ୟ କରାଯିବ। ଟ୍ୱିଟରର ଏହି ଆଗାମୀ ଫିଚର ଆପଣଙ୍କୁ ଲିଙ୍କଡିନରେ ମିଳୁଥିବା ଚାକିରି ପୋଷ୍ଟିଂ ଫିଚର ଭଳି ମନେ ହେବ। ଏଠାରେ ଆମେ କହିରଖୁଛୁ, କେବଳ ଏହି ଫିଚର ସମ୍ପର୍କରେ ସୂଚନା ଲିକ୍ ହୋଇଛି, କମ୍ପାନୀ ବର୍ତ୍ତମାନ ଏହି ଫିଚର ବିଷୟରେ କୌଣସି ଅଫିସିଆଲ୍ ସୂଚନା ପ୍ରଦାନ କରିନାହିଁ।

Comments are closed.