Latest Odisha News

BREAKING NEWS

ଟ୍ୱିଟର ଟ୍ରେଣ୍ଡରେ ‘ହିରୋ ଇଲେକ୍ଟ୍ରିକ ଜୱାବ ଦୋ’; ୪୦୦ କୋଟିର ଦୁର୍ନୀତି

ଭୁବନେଶ୍ୱର: ସୋମବାର ଟ୍ୱିଟରରେ ଜବରଦସ୍ତ ଟ୍ରେଣ୍ଡ କରୁଛି ‘ହିରୋ ଇଲେକ୍ଟ୍ରିକ ଜୱାବ ଦୋ’ । ଲକ୍ଷାଧିକ ଟ୍ୱିଟ ହେଲାଣି ଏହି ଟ୍ରେଣ୍ଡରେ । ମାତ୍ରାଧିକ ଲୋକ ହିରୋ ଇଲେକ୍ଟ୍ରିକ ପୋଷ୍ଟର ସେୟାର କରୁଛନ୍ତି । ଯେଉଁଥିରେ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ନବୀନ ମୁଞ୍ଜଲଙ୍କ ଫଟୋ ଲାଗିଛି । ସେଥିରେ ହିରୋ ଇଲେକ୍ଟ୍ରିକ ୪୦୦ କୋଟି ଟଙ୍କାର ଦୁର୍ନୀତି କରିଥିବା ଲେଖାହୋଇଛି । #heroelectricjawabdo ହାସ ଟ୍ୟାଗ୍ ସହିତ ସମସ୍ତ ଟ୍ୱିଟ୍ ଆସୁଛି ।

 

ଏପ୍ରିଲ ୧୫ରେ ତେଲେଙ୍ଗାନା କଂଗ୍ରେସ ନେତା ତଥା ମୁଖପାତ୍ର ଦସୋଜୁ ଶ୍ରବଣ କେନ୍ଦ୍ର ସରକାରଙ୍କ ଇଲେକ୍ଟ୍ରିକ ଯାନ ପାଇଁ କେନ୍ଦ୍ର ସରକାର ଦେଉଥିବା ସବ୍ସିଡିରେ ଦୁର୍ନୀତି ଅଭିଯୋଗ କରିଥିଲେ । ଫେମ୍(ଫାଷ୍ଟର ଆଡପସନ୍ ଆଣ୍ଡ ମାନୁଫାକଚରିଂ ଅଫ୍ ହାଇବ୍ରିଡ) ଯୋଜନାରେ ଭାରତରେ ଇଲେକ୍ଟ୍ରିକ ଯାନ ପାଇଁ ବ୍ୟାଟେରି ତିଆରି କରୁଥିବା କିମ୍ବା ଭାରତୀୟ କମ୍ପାନୀ ଠାରୁ ବ୍ୟାଟେରି କିଣୁଥିବା ଇଭି ନିର୍ମାତାଙ୍କୁ ସବ୍ସିଡି ମିଳିବା ନିୟମ କରାଯାଇଛି ।

ଏହି ଯୋଜନାରେ ହିରୋ ଇଲେକ୍ଟ୍ରିକକୁ ୪୦୦ କୋଟି ଟଙ୍କାର ସବ୍ସିଡି ମିଳିଛି । ଯିଏ ସଂପୂର୍ଣ୍ଣ ରୂପେ ଶତ ପ୍ରତିଶତ ବ୍ୟାଟେରୀ ଚାଇନାରୁ ଆମଦାନୀ କରୁଛି । ଉଭୟ କେନ୍ଦ୍ର ଓ ହିରୋ ଇଲେକ୍ଟ୍ରିକ ମିଶି ଏହି ବିରାଟ ଦୁର୍ନୀତି କରିଥିବା ଶ୍ରବଣ ଅଭିଯୋଗ କରିଛନ୍ତି ।

ସିବିଆଇ କିମ୍ବା ଇଡି ଦ୍ୱାରା ଏହି ଦୁର୍ନୀତିର ତଦନ୍ତ କରିବାକୁ ମାତ୍ରାଧିକ ଟ୍ୱିଟ୍ ହୋଇଛି ।

କେବଳ ହିରୋ ଇଲେକ୍ଟ୍ରିକ କମ୍ପାନୀକୁ ନୁହେଁ ବରଂ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି । ସକାଳୁ ଆରମ୍ଭ ହୋଇଥିବା ଏହି ଟ୍ରେଣ୍ଡ ସଂଧ୍ୟାରେ ଝଡ଼ ସୃଷ୍ଟି କଲାଣି ।

 

Leave A Reply

Your email address will not be published.