Latest Odisha News

BREAKING NEWS

ହରିଆଣା ଭିୱାନୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କଲା ପୁଲିସ: ଦୁଇ ମାସ ହେଲା ଫେରାର୍ ଥିଲେ

ନୂଆଦିଲ୍ଲୀ: ହରିଆଣା ଭିୱାନୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ମୋନୁ ରାଣା ଓ ଗୋଗୀକୁ ଗିରଫ କଲା ପୁଲିସ। ଅଭିଯୋଗ ଅନୁସାରେ ଗତ ଫେବ୍ରୁଆରୀ ମାସରେ ଏହି ଦୁଇ ଅଭିଯୁକ୍ତ ରାଜସ୍ଥାନ ଭରତପୁର ଜିଲ୍ଲାର ଜୁନେଦ୍ (୩୫) ଓ ନସୀର(୨୫)ଙ୍କୁ ଗୋତସ୍କରି ସନ୍ଦେହରେ ଅପହରଣ କରି ଜାଳି ମାରି ଦେଇଥିଲେ। ଭିୱାନୀ ଜଙ୍ଗଲରୁ ଏକ ଜଳନ୍ତା ବୋଲେରୋରେ ଜୁନେଦ ଓ ନସୀର କଙ୍କାଳ ଉଦ୍ଧାର ହୋଇଥିଲା।

ହତ୍ୟାକାଣ୍ଡ ଘଟାଇବା ପରେ ଦୁଇ ଅପରାଧି ଫେରାର୍ ହୋଇଯାଇଥିଲେ ବି ପୁଲିସ ସେମାନଙ୍କୁ ଧରିବାକୁ ଉଦ୍ୟମ ଆରମ୍ଭ କରିଦେଇଥିଲା। ଦୁଇ ଜଣଙ୍କୁ ଧରାଇ ଦେଲେ ୧୦ ହଜାର ପୁରସ୍କାର ଦିଆଯିବ ବୋଲି ବି ଘୋଷଣା କରାଯାଇଥିଲା। ତେବେ ଗତକାଲି ଭରତପୁର ପୁଲିସ ଉତ୍ତରାଖଣ୍ଡରୁ ଉଭୟଙ୍କୁ ଗିରଫ କରିବାରେ ସଫଳ ହୋଇଛି।

ସୂଚନା ଥାଉକି ନସୀର (୨୮) ଓ ଜୁନେଦ(୩୫) ଉଭୟଙ୍କ ଘର ରାଜସ୍ଥାନ ଭରତପୁର ଜିଲ୍ଲା ଘାଟମୀକା ଗାଁରେ ହୋଇଥିବା ବେଳେ ଏମାନଙ୍କୁ ଫେବ୍ରୁଆରୀ ୧୫ ତାରିଖରେ ଏକ ବୋଲେରୋ ବସାଇ ଅପହରଣ କରାଯାଇଥିଲା। ୧୬ ତାରିଖ ସକାଳେ ହରିଆଣା ଭିୱାନୀର ବରସୱା ଜଙ୍ଗଲରୁ ଏକ ଜଳିଯାଇଥିବା ବୋଲୋରୋରେ ପଛ ଶିଟ୍‌ରେ ଦଗ୍ଧ ଅବସ୍ଥାରେ ଜୁନେଦ୍ ଓ ଆଗ ଶିଟ୍‌ରେ ନସୀରର କଙ୍କାଳ ଉଦ୍ଧାର ହୋଇଥିଲା। ଏହି ମାମଲାରେ ଜୁନେଦଙ୍କ ସମ୍ପର୍କୀୟ ଇସ୍‌ମାଇଲ ଭରତପୁର ଜିଲ୍ଲାର ଗୋପାଳପୁର ଥାନାରେ ମାମଲା କରିଥିଲେ। ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିଲା ପୁଲିସ।

ତେବେ ତଦନ୍ତ ପରେ ମୃତ ଜୁନେଦ ଜଣେ ଗୋ ତସ୍କର ବୋଲି ଜଣାପଡ଼ିଥିଲା। ତା ନାଁରେ ବିଭିନ୍ନ ଥାନାରେ ପାଖାପାଖି ୫ଟି ଅପରାଧିକ ମାମଲା ରହିଥିଲା ବୋଲି ପୁଲିସ ସୂଚନା ଦେଇଥିଲା। ଏବେ ଦୁଇ ହତ୍ୟା ଅଭିଯୁକ୍ତ ମୋନୁ ଓ ଗୋଗୀକୁ ପୁଲିସ ଗିରଫ କରିବା ପରେ ମାମଲାରେ ଅଧିକ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.