Latest Odisha News

BREAKING NEWS

କାଳ ହେଲା ନିରୀହ ଭଉଣୀର ସ୍ନେହ : ଚାଲିଗଲା ଅଢେଇ ମାସ ଶିଶୁର ଜୀବନ

ନୋଏଡା: ରା’ ଧରି କାନ୍ଦୁଥିଲା ଅଢ଼େଇ ମାସର ଭାଇ । ତାକୁ ଚୁପ କାରିବାକୁ ନିରୀହ କୁନି ଭଉଣୀ ଭାଇକୁ ଖୁଆଇ ଦେଲା ଚକୋଲେଟ। ମାତ୍ର ଚଳାଲେଟଟି ଅଢେଇ ମାସ ପିଲାର ଫସି ଯିବାରୁ ଉକ୍ତ ଶିଶୁଟିର ମୃତ୍ୟୁ ହୋଇ ଯାଇଛି ।

ଏଭଳି ଏକ ଦୁଃଖଦ ଘଟଣା ଘଟିଛି ନୋଏଡା
ସେକ୍ଟର-୮୧ରେ । ଏଠାକାର ବାସିନ୍ଦା ସୁନୀଲ କୁମାର ଏକ ଘରୋଇ କମ୍ପାନୀରେ କାମ କରନ୍ତି। ଅଢେଇମାସ ତଳେ ତାଙ୍କର ଏକ ଶିଶୁପୁତ୍ର ଜନ୍ମ ନେଇଥିଲା। ଗୁରୁବାର ଦ୍ବିପ୍ରହରରେ ପତ୍ନୀ ଘରକାମ କରୁଥିବାବେଳେ ତାଙ୍କ ପୁଅ କାନ୍ଦିବା ଆରମ୍ଭ କରିଥିଲା । ତେବେ ସାନ ଭାଇ ପାଖରେ ଥିବା ୩ବର୍ଷର ଭଉଣୀ ତାକୁ ଚୁପ କରିବାକୁ ଯାଇ ନିଜ ପାଟିରୁ ଚକଲେଟ ଖୋଲି ତା’ ପାଟିରେ ଦେଇଥିଲା। ଏହାଫଳରେ ଶିଶୁଟିର ଶ୍ବାସପ୍ରକ୍ରିୟା ବନ୍ଦ ହୋଇଯାଇଥିଲା । ତା’ ଅବସ୍ଥା ବିଗିଡ଼ି ଯୁବରୁ ପରିବାର ଲୋକେ ତାକୁ ତୁରନ୍ତ ନର୍ସିଂ ହୋମ୍ ନେଇ ଯାଇଥିଲେ। ଡାକ୍ତର ଶିଶୁଟିକୁ ମୃତ ଘୋଷିଣା କରିଛନ୍ତି।

Leave A Reply

Your email address will not be published.