Latest Odisha News

BREAKING NEWS

ସାହିତ୍ୟିକ ଗଗନେନ୍ଦ୍ର ନାଥ ଦାଶଙ୍କ ଦୁଇଟି ଆତ୍ମଜୀବନୀ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର : ଓଡ଼ିଆ ସାହିତ୍ୟର ବିଶିଷ୍ଟ ଭାଷାବିଜ୍ଞାନୀ ଓ ସାହିତ୍ୟ ସମାଲୋଚକ ଗଗନେନ୍ଦ୍ର ନାଥ ଦାଶଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ‘ଆମ ଓଡ଼ିଶା’ ପ୍ରକାଶନୀ ପକ୍ଷରୁ ପ୍ରକାଶିତ ତାଙ୍କର ଦୁଇଟି ଆତ୍ମଜୀବନୀ ପୁସ୍ତକ  ‘ଶିକ୍ଷାଜୀବୀର କଥା’ ଓ ସନ୍ତୋଷ କୁମାର ମହାନ୍ତିଙ୍କ ସମ୍ପାଦନାରେ ‘ପିଲାଦିନର କଥା’ ଉନ୍ମୋଚିତ ହୋଇଯାଇଛି । ଏହି ଆତ୍ମଜୀବନୀକୁ ଅଧିକ ପ୍ରାମାଣିକ କରିବା ପାଇଁ ଅଧ୍ୟାୟଗୁଡ଼ିକର ପରିଶିଷ୍ଟରେ ଲେଖକ ବିଭିନ୍ନ ଚିଠି ବା ନଥିପତ୍ର ସଂଯୋଜିତ କରାଯାଇଛି। ଏହା ସହ ବିଦ୍ୟାପୁରୀ ଦ୍ୱାରା ପ୍ରକାଶିତ ତଥା ଗୌରାଙ୍ଗ ଚରଣ ଦାଶ, ଅସିତ ମହାନ୍ତି ଓ କୃଷ୍ଣଚନ୍ଦ୍ର ପ୍ରଧାନଙ୍କ ସମ୍ପାଦିତ ‘ଗଗନେନ୍ଦ୍ର ଗାଥା’ ଶୀର୍ଷକ ଏକ ସମାଲୋଚନା ପୁସ୍ତକ ଓ ‘ସ୍ମୃତିରେ ଗଗନେନ୍ଦ୍ର’ ଶୀର୍ଷକ ଏକ ସ୍ମୃତିଗ୍ରନ୍ଥ ମଧ୍ୟ ଉନ୍ମୋଚିତ ହୋଇଯାଇଛି ।

ଯତୀନ୍ଦ୍ର କୁମାର ନାୟକଙ୍କ ପୌରହିତ୍ୟରେ ଏହି ଶ୍ରାଦ୍ଧବାର୍ଷିକୀ ସମାରୋହରେ ଶୈଳେଶ୍ୱର ନନ୍ଦ ମୁଖ୍ୟ ଅତିଥି, କୈଳାସ ଚନ୍ଦ୍ର ଦାଶ ମୁଖ୍ୟବକ୍ତା, ବୈଷ୍ଣବ ଚରଣ ମହାନ୍ତି ଓ ଅସିତ ମହାନ୍ତି ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।

ସ୍ବର୍ଗତ ଦାଶଙ୍କର ପତ୍ନୀ ରମା ଦେବୀ, ପୁତ୍ର ତପନ ଦାଶ ଓ କନ୍ୟା ପ୍ରତୀଚୀ ଦାଶଙ୍କ ଆୟୋଜନ ଏବଂ କୃଷ୍ଣଚନ୍ଦ୍ର ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବକ୍ତା ଓ ଅତିଥିମାନେ ଜଣେ ତଥ୍ୟନିଷ୍ଠ ଓ ନିଷ୍ଠାପର ଭାଷା-ସାହିତ୍ୟ ସମୀକ୍ଷକ ଭାବେ ଦିବଂଗତ ଗଗନେନ୍ଦ୍ର ନାଥ ଦାଶଙ୍କର ବିଶେଷତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ ।

Leave A Reply

Your email address will not be published.