Latest Odisha News

ଦଳବିରୋଧି କାର୍ଯ୍ୟ ଲାଗି ନିଲମ୍ବିତ ହେଲେ ୨ ବିଜେପି ନେତା

ଭୁବନେଶ୍ୱର: କଟକ ଜିଲ୍ଲାର ୨ଜଣ ବିଜେପି ନେତାଙ୍କ ବିଶୃଙ୍ଖଳତି କାର୍ଯ୍ୟ ତଥା ଦଳବିରୋଧି କାର୍ଯ୍ୟ କରିବା ଅଭିଯୋଗରେ ଦଳରୁ ସୋମବାର ଦିନ ନିଲମ୍ବିତ ହୋଇଛନ୍ତି ।

ଏହି ଦୁଇ ଜଣ ବିଜେପି ନେତା ହେଲେ – କଟକ ନଗର ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଜ୍ୟୋତି ରଞ୍ଜନ ପଲେଇ ଏବଂ ଅନ୍ୟ ଜଣକ ଯୁବମୋର୍ଚ୍ଚା ଜିଲ୍ଲା ପ୍ରଭାରୀ ଦେବାଶୀଷ ଘୋଷ । ଏହି ନିଲମ୍ବନ ଆଦେଶ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ କାର୍ଯ୍ୟକାରିତ ହୋଇଛି ବୋଲି ଦଳୀୟ ମୁଖପାତ୍ର ଗୋଲକ ମହାପାତ୍ର ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.