Latest Odisha News

ଭଂଜନଗରରେ ନିର୍ବାଚନୀ ହିଂସା, ୨ ବିଜେପି କର୍ମୀ ରକ୍ତାକ୍ତ

ଭଂଜନଗର: ପୁଣି ରାଜ୍ୟରେ ନିର୍ବାଚନୀ ହିଂସା । ଭଂଜନଗରରେ ନିର୍ବାଚନୀ ଗଣ୍ଡଗୋଳ । ବିଜେଡି କର୍ମୀଙ୍କ ଆକ୍ରମଣରେ ୨ ବିଜେପି କର୍ମୀ ରକ୍ତାକ୍ତ । ଭଂଜନଗର ବେତାର ଛକରେ ଘଟିଛି ଏହି ଘଟଣା । ବିଜେପି କର୍ମୀଙ୍କୁ ବିଜେଡି କର୍ମୀ ମାଡ଼ ମାରିଥିବା ଅଭିଯୋଗ । ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଏକଏଚ ଅବରୋଧ କରିଛନ୍ତି ବିଜେପି କର୍ମୀ । ବେତାର ଛକରେ ଭଂଜନଗର-ଦଶପଲ୍ଲା ରାସ୍ତା ଅବରୋଧ କରିଛନ୍ତି ବିଜେପି କର୍ମୀ ।

ରାଜ୍ୟରେ ଜଳୁଛି ନିର୍ବାଚନୀ ହିଂସାର ନିଆଁ । ଗଞ୍ଜାମରେ ମୁଣ୍ଡ ଗଡିଛି, ଟିଟିଲାଗଡ଼ରୁ ବିଧାୟକ ପ୍ରାର୍ଥୀଙ୍କୁ ଅପହରଣ କରାଯାଇଛି । ରାଜଧାନୀର ଛାତି ଉପରେ ବୋମାମାଡ ହୋଇଥିବା ବେଳେ ଖଲ୍ଲିକୋଟ ହିଂସାକାଣ୍ଡ ଓ ହତ୍ୟା ଘଟଣା ସାମ୍ନାକୁ ଆସିଛି । ଖଲ୍ଲିକୋଟରେ ଲାଗିଥିବା ହିଂସାର ନିଆଁ, ଏଯାଏଁ ଭିତରେ ଭିତରେ କୁହୁଳୁଛି । ଶାନ୍ତିଶୃଙ୍ଖଳା ଉପରେ ପୂରା ନଜର ରହିଥିବା ବେଳେ ପ୍ରାକ୍ ନିର୍ବାଚନୀ ହିଂସା ଘଟଣାରେ ଏପର୍ଯ୍ୟନ୍ତ ୧୧ ଜଣଙ୍କୁ ଗିରଫ କରାଯାଇଛି ।

Comments are closed.