Latest Odisha News

BREAKING NEWS

ପାଳ ଗଦାରେ ନିଆଁ ଲାଗି ୨ ଶିଶୁ ଜୀବନ୍ତ ଦଗ୍ଧ

ରାୟଗଡ଼ା: ପାଳ ଗଦାରେ ନିଆଁ ଲାଗି ୨ ଶିଶୁ ଜୀବନ୍ତ ଦଗ୍ଧ । ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଲାକରିସ ଗାଁରେ ଏହି ଦୁଃଖଦ ଘଟଣା ଘଟିଛି । ଦୁଇ ଜଣ ଶିଶୁ ହେଲେ ୫ ବର୍ଷର କୁମାରୀ ମାଝୀ ଏବଂ ୩ ବର୍ଷର ବିଦ୍ୟା ମାଝୀ ।

ମିଳିଥିବା ସୂଚନା ଅନୁସାରେ ଗୁରୁବାର ମଧ୍ୟାହ୍ନ ସମୟରେ ଦୁ​‌​‌ର୍ଯ୍ୟାେଧନ ମାଝୀଙ୍କ ଦୁଇ ଝିଅ ପରିବା କ୍ଷେତରେ ଥିବା ପାଳଗଦା ନିକଟରେ ବସିଥିଲେ । ହେଲେ ସେହି ସମୟରେ ହଠାତ୍ ପାଳଗଦାରେ ନିଆଁ ଲାଗି ଯାଇଥିଲା । ଏହି ନିଆଁରେ ୨ ଶିଶୁ ପୋଡି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ନିଆଁ ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ଦୁଇ ଶିଶୁ ପୋଡିହୋଇ ପ୍ରାଣ ହରାଇଥିଲେ । କାଶୀପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ୨ ଶିଶୁଙ୍କ ମୃତ୍ୟୁ ପରେ ପରିବାରରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

Leave A Reply

Your email address will not be published.