Latest Odisha News

BREAKING NEWS

ଉତ୍ତରପ୍ରଦେଶ ପ୍ରୟାଗରାଜରେ ଟ୍ରାକରୁ ଖସିଲା ସୁପରଫାଷ୍ଟ ଏକ୍ସପ୍ରେସ୍ : କେହି ମୃତାହତ ହୋଇନଥିବା ସୂଚନା, ମରାମତି କାମ ଜାରି

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ପ୍ରୟାଗରାଜରେ ଅଭାବନୀୟ ଘଟଣା ଘଟିଛି । ସୁହେଲଦେବ ସୁପରଫାଷ୍ଟ ଏକ୍ସପ୍ରେସ୍ ଲାଇନଚ୍ୟୁତ ହୋଇଛି । ପ୍ରୟାଗରାଜ ଷ୍ଟେସନ ନିକଟରେ ଟ୍ରେନ୍ ଟି ଟ୍ରାକରୁ ଖସିଯାଇଛି । ଏଥିରେ କେହି ମୃତହାହତ ହୋଇନଥିବା ରେଲଓ୍ବେ ପକ୍ଷରୁ ସୂଚନା ମିଳିଛି । ଘଟଣାସ୍ଥଳରେ ମରାମତି କାର୍ଯ୍ୟ ଜାରି ରହିଛି । ଟ୍ରେନଟି ଗାଜିପୁରରୁ ଆନନ୍ଦବିହାର ଯାଉଥିବାବେଳେ ଏଭଳି ଅଘଟଣ ଘଟିଛି । ଟ୍ରେନଟିର ସ୍ପିଡ୍ କମ୍ ଥିବାରୁ ଯାତ୍ରୀମାନେ ଏକ ବଡ ଅଘଟଣରୁ ବର୍ତ୍ତି ଯାଇଛନ୍ତି ।

Leave A Reply

Your email address will not be published.