Latest Odisha News

BREAKING NEWS

ନକ୍ସଲଙ୍କ ଆଇଇଡି ବିସ୍ଫୋରଣରେ ୨ ଯବାନ ସହିଦ

ରାୟପୁର: ଛତିଶଗଡ଼ରେ ନକ୍ସଲଙ୍କ ଆଇଡି ବିସ୍ଫୋରଣରେ ୨ ଯବାନ ସହିଦ । ସିଆରପିଏଫ୍‌ କୋବ୍ରା ୨୦୧ ବାଟାଲିଅନର ୨ ଯବାନ ସହିଦ । ସୁକ୍‌ମା ଜିଲ୍ଲା ଜଗରଗୁଣ୍ଡା ଥାନା ଅଞ୍ଚଳରେ ହୋଇଛି ଆଇଇଡି ବିସ୍ଫୋରଣ ।

ସୂଚନା ଅନୁସାରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ସିଲଗେର ଓ ତେକୁଲାଗୁଡେମ ମଧ୍ୟରେ ନକ୍ସଲମାନେ ଆଇଇଡି ଖଞ୍ଜିଥିଲେ। ସେଠାରେ ଯବାନମାନେ ପହଞ୍ଚିବା କ୍ଷଣି ବିସ୍ଫୋରଣ ହୋଇଥିଲା। ଯବାନମାନେ ସିଲଗେରରୁ ତେକୁଲାଗୁଡେମ କ୍ୟାମ୍ପକୁ ଗୋଟିଏ ଟ୍ରକ ଓ ବାଇକରେ ଯାଉଥିଲେ। ଏହି ସମୟରେ ବିସ୍ଫୋରଣ ହୋଇଛି।

ବିସ୍ଫୋରଣରେ ଟ୍ରକଟି ଛିନଛତର ହୋଇଯାଇଛି। ଘଟଣାରେ ବର୍ତ୍ତମାନ ସୁଦ୍ଧା ସିଆରପିଏଫର କୋବ୍ରା ୨୦୧ ବାଟାଲିୟନର ୨ ଜଣ ଯବାନ ସହିଦ ହୋଇଥିବା ଜଣେ ପୋଲିସ୍‌ ଅଧିକାରୀ ସୂଚନା ଦେଇଛନ୍ତି। ସେମାନଙ୍କ ମୃତଦେହକୁ ଘଟଣା ସ୍ଥଳରୁ ଉଦ୍ଧାର କରାଯାଇଛି। ସର୍ଚ୍ଚ ଅପରେସନ ଜୋରଦାର କରାଯାଉଥିବା ସୂତ୍ରରୁ ଜଣାପଡ଼ିଛି।

 

Leave A Reply

Your email address will not be published.