Latest Odisha News

କୃଷକଙ୍କ ଉପରେ ଗାଡି ମଡେଇଦେଲେ ମନ୍ତ୍ରୀଙ୍କ ପୁଅ, ୨ମୃତ

ଲକ୍ଷ୍ନୌ:ଲକ୍ଷ୍ନୌରେ ଜଣେ ମନ୍ତ୍ରୀଙ୍କ ପୁଅ ଆନ୍ଦୋଳନକାରୀ କୃଷକଙ୍କ ଉପରେ ଗାଡି ମଡେଇଦବା ଭଳି ମାରାତ୍ମକ ଅଭିଯୋଗ ସମ୍ମୁଖକୁ ଆସିଛି । ଏହି ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮ଜଣ ଆହତ ହୋଇଛନ୍ତି । ଉତରପ୍ରଦେଶର ଳକ୍ଷ୍ମୀପୂୁର ଖେରୀର ତିକୁନିଆ ଅଂଚଳରେ ଏହି ଘଟଣା ଘଟିଛି । ରିପୋର୍ଟ ମୁତାବକ ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଓ କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ଅଜୟ ମିଶ୍ର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ । କୃଷକମାନେ ତାଙ୍କୁ କଳାପତକା ଦେଖାଇ ବିରୋଧ କରିଥିଲେ ।

ମନ୍ତ୍ରୀଙ୍କ ପୁଅ ଆଶୀଷ ଚଳାଉଥିବା କାର କୃଷକଙ୍କ ଉପରେ ମାଡି ଯାଇଥିଲେ । ୨ଜଣଙ୍କ ମୃତ୍ୟୁ ଘଟିବା ପରେ ଆନ୍ଦୋଳନକାରୀମାନେ ମନ୍ତ୍ରୀଙ୍କ ଅନ୍ୟ ୩ଟି କାରରେ ନିଆଁ ଲଗାଇ ଦେଇଥିଲେ । କେଶବ ପ୍ରସାଦ ଅଧା ବାଟରୁ ଫେରି ଯାଇଥିଲେ । କୃଷକମାନେ ବିଜେପି ନେତାଙ୍କୁ ମାଡ ମାରିଥିବା ଜଣାପଡିଛି । ଘଟଣା ସ୍ଥଳରେ ହିଂସା ଯେପରି ବୃଦ୍ଧି ନ ପାଇବ ସେଥିନେଇ ପୋଲିସ ମୁତୟନ କରାଯାଇଛି ।

Comments are closed.