Latest Odisha News

BREAKING NEWS

ସେଞ୍ଚୁରିଆନ ବିଶ୍ଵବିଦ୍ୟାଳୟର ଦୁଇ ଦିନିଆ ଜାତୀୟ ସମ୍ମିଳନୀ କର୍ମଶାଳା

ଭୁବନେଶ୍ୱର: ଗତ ଜୁନ ମାସ ୨୮ ଓ ୨୯ ତାରିଖରେ ଜଟଣୀସ୍ଥ ସେଞ୍ଚୁରିଆନ ବିଶ୍ଵବିଦ୍ୟାଳୟର ସ୍କୁଲ ଅଫ ଫାର୍ମାସୀ ଆଣ୍ଡ ଲାଇଫ ସାଇନସ୍ସ ଏବଂ ସ୍କୁଲ ଅଫ ପାରାମେଡିକସ ଆଣ୍ଡ ଆଲାଏଡ ହେଲଥ ସାଇନସ୍ସର ମିଳିତ ଆନୁକୁଲ୍ୟରେ ତଥା ଆୟୁଷ ପ୍ରଯୋଜିତ ” Advancement in Animal Handling and Generative AI for Pre- clinical studies ” ଶୀର୍ଷକ ଏକ ଦୁଇ ଦିନିଆ ଜାତୀୟ ସମ୍ମିଳନୀ ଓ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜଟଣୀ ନିକଟସ୍ଥ NISER ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ହିରେନ୍ଦ୍ର ନାଥ ଘୋଷ, ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସୁପ୍ରିୟା ପଟ୍ଟନାୟକ , ଉପକୁଳପତି ପ୍ରଫେସର ବିଶ୍ୱଜିତ୍ ମିଶ୍ର , ଉପକୁଳପତି ପ୍ରଫେସର ଅଜୟ କୁମାର ନାୟକ , କ୍ୟାମପ୍ସ ନିର୍ଦ୍ଦେଶକ ପ୍ରଫେସର ଜଗନ୍ନାଥ ପାଢ଼ୀ, ଭେଷଜ ବିଜ୍ଞାନ ବିଭାଗର ନିର୍ଦ୍ଦେଶକ ଡକ୍ଟର. ପ୍ରଫୁଲ୍ଲ ନନ୍ଦୀ, ବିଭାଗୀୟ ମୁଖ୍ୟ ପ୍ରଫେସର ଗୁରୁଦତ୍ତ ପଟ୍ଟନାୟକ , ଉପମୁଖ୍ୟ ଡକ୍ଟର. ହିମାଂଶୁ ଭୁଷଣ ସାମଲ , ପାରାମେଡିକସ ବିଭାଗୀୟ ମୁଖ୍ୟ ଡକ୍ଟର. ସୌମ୍ୟା ଜଲ ପ୍ରମୁଖଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରାଯାଇଥିଲା।

ଏହି ଦୁଇ ଦିନିଆ କର୍ମଶାଳାରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଛାତ୍ର,ଛାତ୍ରୀ ,ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ ଦେଇଥଲେ। କାର୍ଯ୍ୟକ୍ରମର ପ୍ରଥମ ଦିବସରେ ଓଡ଼ିଶା ଓ ଅନ୍ୟ ରାଜ୍ୟରୁ ଆସିଥିବା ବାଗ୍ମୀ କଥାକାର ବର୍ତମାନ ପରିସ୍ଥିତିରେ ପ୍ରାକ ରୋଗ ନିଦାନରେ ସୃଜନକ୍ଷମ କୃତ୍ରିମ ବୋଧଶକ୍ତି ଓ ପ୍ରୟୋଗଶାଳ ପ୍ରାଣୀ ବ୍ୟବହାରର ଉପାଦେୟତା ସମ୍ପର୍କରେ ଆଲୋକପାତ କରିଥିଲେ।

କାର୍ଯ୍ୟକ୍ରମର ଦ୍ୱିତୀୟ ଦିବସରେ ମୌଖିକ ବକୃତା , ବିଜ୍ଞାପନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଅଂଶ୍ରହଣ କରିଥିବା କୃତି ଅଂଶଗ୍ରହକାରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହା ସହିତ ଭେଷଜ ବିଜ୍ଞାନ ଏବଂ ପାରାମେଡିକସ ବିଭାଗର ଅଧ୍ୟାପକ ଡକ୍ଟର. ଆଶୀର୍ବାଦ ନନ୍ଦ, ଡକ୍ଟର ସୁମନ କୁମାର ମେକାପ, ସତିଶ କହଁର ଓ ସହାୟକ ସ୍ବାସ୍ଥ୍ୟ ସେବା ବିଭାଗର ଅଧ୍ୟାପିକା ସଙ୍ଗୀତା ଛୋଟରାୟ, ସୋନାଲି ମହାପାତ୍ର ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ଛାତ୍ର ଛାତ୍ରୀ ମାନଙ୍କୁ ବିଭିନ୍ନ ଯନ୍ତ୍ର ମାଧ୍ୟମରେ ପ୍ରୟୋଗଶାଳା ପ୍ରାଣୀ ବ୍ୟବହାର କରି କିପରି ଭାବରେ ରୋଗ ନିଦାନ ପରୀକ୍ଷା କରାଇ ନେବା ଉଚିତ୍ ସେ ବିଷୟରେ ବୁଝାଇଥିଲେ।

କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଭାଷ୍ୟକାର ତଥା ଗବେଷକ ମାନଙ୍କ ଓଜସ୍ୱୀ ବାଗ୍ମୀତା ପାଇଁ ସେମାନଙ୍କୁ ବିଶ୍ଵବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରିଶେଷରେ ପାରାମେଡିକସ ବିଭାଗର ଅଧ୍ୟାପିକା ଡକ୍ଟର. ମୋନାଲି ପ୍ରିୟଦର୍ଶିନି ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ପ୍ରତିଯୋଗୀ ମାନେ ଏହି ଦୁଇ ଦିନିଆ କର୍ମଶାଳାର ପ୍ରାଧାନ୍ୟ ସମ୍ପର୍କରେ ନିଜ ନିଜର ଅନୁଭୂତି ବଖାଣି ଥିଲେ। କାର୍ଯ୍ୟକ୍ରମ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ଏହି ଦୁଇ ଦିନିଆ କାର୍ଯ୍ୟକ୍ରମକୁ ଚନ୍ଦନ ବ୍ରହ୍ମା, ବିକାଶ ରଞ୍ଜନ ଜେନା , ବିଶ୍ଵମୋହନ ସାହୁ, କିର୍ତିମୟ ମିଶ୍ର , ଜ୍ଞାନ ରଞ୍ଜନ ପରିଡ଼ା , ଯଶୋବନ୍ତ ଗିରି, ସୁଚରିତା ବାବୁ, ରୂପାଲି ରୂପସ୍ମିତା ରାଉତ, ରଶ୍ମିତା ଜେନା, ଆରାଧନା ପାଣିଗ୍ରାହୀ, ପ୍ରସନ ପରିଡ଼ା, ପ୍ରତାପ ପାତ୍ର, ରଶ୍ମିତା ଦାସ, ସତ୍ୟ ନାରାୟଣ ତ୍ରୀପାଠୀ, ଦିପ୍ତିମୟୀ ଜେନା,ଜ୍ୟୋତ୍ସ୍ନା ରାଣୀ ଦାସ, ବୀଣାପାଣି ବାରିକ, ଶୁଭଶ୍ରୀ ଦାସ, ସଲୋନି ପଟ୍ଟନାୟକ , ଶ୍ରୀକାବ୍ୟା ଗାନ୍ଧୀ, ସୌମ୍ୟ ଶାଶ୍ଵତୀ ପାଣିଗ୍ରାହୀ ପ୍ରମୁଖ ସୂଚାରୁ ରୂପେ ସଂପାଦନ କରିଥିଲେ

Leave A Reply

Your email address will not be published.