Latest Odisha News

ଜାମ୍ମୁ-କାଶ୍ମୀରର ରିୟାସିରେ ଖାଇକୁ ଖସିଲା ବସ୍; ୨ ମୃତ, ୧୩ ଆହତ

ଜାମ୍ମୁ: ଜାମ୍ମୁ-କାଶ୍ମୀରର ରିୟାସି ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା। ବିବାହ ଶୋଭାଯାତ୍ରା ନେଇ ଯିବାବେଳେ ଖାଇକୁ ଖସି ପଡିଲା ମିନି ବସ୍। ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁତର ଆହତମାନଙ୍କୁ ଏକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ବସଟି ବାଲମାଟକଟରୁ ବଦର ଗ୍ରାମକୁ ଯାଉଥିବା ବେଳେ ଧାମିନୀ ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ସେଠାରୁ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକ ମହମ୍ମଦ ଆଶ୍ରାଫ ଓ ତାହିର ଅହମ୍ମଦ ରାଜୌରିଙ୍କ । ୩ରୁ ୧୯ ବର୍ଷ ବୟସର ୯ ଜଣ ଝିଅଙ୍କ ସମେତ ଅନ୍ୟ ୧୩ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇନି। ଚାସାନା ପୋଲିସ ଘଟଣାର ତଦନ୍ତ କରୁଛି।

 

 

Comments are closed.