ବାଲେଶ୍ୱର:ବାଲେଶ୍ବର ଜିଲ୍ଲା ସ୍ବତନ୍ତ୍ର କୋଭିଡ ହସ୍ପିଟାଲର ନର୍ସଙ୍କୁ ଅଶାଳୀନ ବ୍ୟବହାର ଅଭିଯୋଗ । ହସ୍ପିଟାଲର ମ୍ୟାନେଜର ଓ ଫାର୍ମାସିଷ୍ଟଙ୍କୁ ଅଟକ ରଖିଛି ପୋଲିସ ।
ମିଳିଥିବା ସୂଚନା ଅନୁସାରେ ବାଲେଶ୍ଵର ଜିଲ୍ଲା କୋଭିଡ ହସ୍ପିଟାଲରେ କାର୍ଯ୍ୟରତ ଜଣେ ନର୍ସଙ୍କୁ ଉକ୍ତ ହସ୍ପିଟାଲର ମ୍ୟାନେଜର ଓ ଫାର୍ମସିଷ୍ଟ ଅଶାଳୀନ ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି।
ଏହି ଦୁଇ ଜଣ ମୋବାଇଲରେ ନର୍ସଙ୍କୁ ଅଶାଳୀନ ମେସେଜ ପଠାଉଥିବା ସେ ଶନିବାର ଦିନ ବାଲେଶ୍ୱର ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାପରେ ପୁଲିସ୍ ସେମାନଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି। ଏହି ଘଟଣାକୁ ନେଇ ଗତକାଲି ରାତିରେ ଡାକ୍ତରଖନାର ମହିଳା କର୍ମଚାରୀ ମାନେ ଆନ୍ଦୋଳନ ମଧ୍ୟ କରିଥିଲେ।
ଅନ୍ୟପଟେ ଛୁଟି ନଦେବାରୁ ସଂପୃକ୍ତ ନର୍ସ ଜଣଙ୍କ ସେମାନଙ୍କ ନାଁରେ ମିଛ ଅଭିଯୋଗ କରିଥିବା କୋଭିଡ୍ ହସ୍ପିଟାଲ ମ୍ୟାନେଜର ସଫେଇ ଦେଇଛନ୍ତି ।
Comments are closed.