Latest Odisha News

BREAKING NEWS

ଜେନେରେଟର ଧୂଆଁରେ ଚାଲିଗଲା ୨ ଜୀବନ, ଜଣେ ଗୁରୁତର

ମୋହନା : ଜାଗରରେ ଘଟିଗଲା ବଡ଼ ଅଘଟଣ  । ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜଣଙ୍କ ଜୀବନ  । ଜେନେରେଟର ଧୂଆଁରେ ଶ୍ୱାସରୁଦ୍ଧ ହୋଇ ୨ଜଣକ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ଦୁଇ ଜଣ ହେଲେ ଗଣେଶ ନାୟକ ଓ ଅମ୍ବିକା ନାୟକ। ଆର୍‌ ଉଦୟଗିରି ବ୍ଲକ ଶିଆଳିଲଟି ପଞ୍ଚାୟତ ବେତାରସିଂ ଗାଁରେ ଏହି ଅଘଟଣ ଘଟିଛି। ଗତକାଲି ରାତିରେ ବିବାହ ଭୋଜି ପାଇଁ ଘର ସମ୍ମୁଖରେ ଜେନେରେଟର ଲଗାଯାଇଥିଲା। ସେହି ଧୂଆଁରେ ଶ୍ୱାସରୁଦ୍ଧ ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଛି ।

ସୂଚନା ଅନୁଯାୟୀ, ବେତାରସିଂ ଗାଁର କମଳ ନାୟକଙ୍କ ପରିବାରରେ ବାହାଘର ଭୋଜି ଚାଲିଥିଲା । ଲାଇନ୍‌ ନଥିବାରୁ ଜେନେରେଟର ଲଗାଯାଇଥିଲା  । ବିବାହ ଭୋଜିରେ ସମସ୍ତେ ବ୍ୟସ୍ତ ଥିବା ବେଳେ ଜେନେରେଟର ଲାଗିଥିବା ଘରେ  କମଳ ନାୟକଙ୍କ ବାପା ମାଧବ ନାୟକ, ଭାଇ ଗଣେଶ ନାୟକ ୨୦ ବର୍ଷ ଓ ଦୁଇଝିଅ ଅମ୍ବିକା ୧୨ ବର୍ଷ ଏବଂ ଝୁମୁରି ନାୟକ ୭ ବର୍ଷ ଭୋଜି ଭାତ ଖାଇ ଶୋଇଥିଲେ । ଆଜି ସକାଳେ ପରିବାର ଲୋକେ ସେମାନଙ୍କୁ ଡାକିବାରୁ କେହି ଶୁଣି ନଥିଲେ। ସେମାନେ ଘରୁ ନ ଉଠିବାରୁ ଭୋର ପରିବାର ଲୋକେ ଉଠାଇଥିଲେ । ତେବେ ବାପା ମାଧବ ମଧ୍ୟ କିଛି କଥା ବାର୍ତ୍ତା କରୁନଥିବା ବେଳେ ଅନ୍ୟମାନେ ଆଉ ଉଠି ନଥିଲେ ।

ପରିବାର ଲୋକେ ଗୋଟିଏ ଅଟୋ ସାହାଯ୍ୟରେ ସକାଳୁ ସେମାନଙ୍କୁ ଉଦ୍ଧାର କରି ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଡାକ୍ତରଖାନାରେ ଗଣେଶ ନାୟକ ଓ ଅମ୍ବିକା ନାୟକଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଝୁମୁରି ନାୟକଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡ଼ିଛି । ଜେନେରେଟର ଧୂଆଁ ଯୋଗୁ ଗଣେଶ,ଅମ୍ବିକା ଓ ଝୁମୁରି ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଏହି ଘଟଣାର ଅଧିକ ତଦନ୍ତ କରୁଛି ।

Comments are closed.