Latest Odisha News

BREAKING NEWS

ବିସ୍ଫୋରଣ ନେଲା ୨ ଜୀବନ, ୩ ଜଣ ଗୁରୁତର

ବ୍ରହ୍ମପୁର: ଘରେ ହେଲା ବିସ୍ଫୋରଣ । ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆହତ ହୋଇଛନ୍ତି ୩ ଜଣ । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ କୁକୁଡ଼ାଖଣ୍ଡି ଗାଁରେ ଆଜି ଏହି ବିସ୍ଫୋରଣ ହୋଇଛି । ବିସ୍ଫୋରଣର କାରଣ ଅସ୍ପଷ୍ଟ ରହିଛି । କୁହାଯାଉଛି, ଜଣେ ବ୍ୟକ୍ତିଙ୍କ ଘରେ କୌଣସି ବିସ୍ଫୋରକ ସାମଗ୍ରୀ ଥିଲା । ଯେଉଁଥିରୁ ଏହି ଅଘଟଣ ଘଟିଛି ।

ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ୪ ଜଣଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ନିଆଯାଇଥିଲା । ସେଠାରେ ଆଖି ବୁଜିଥିଲେ ଜଣେ ଗୁରୁତର । ଆଉ ୩ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସରଜମିନ ତଦନ୍ତ କରୁଛି ।

Leave A Reply

Your email address will not be published.