Latest Odisha News

BREAKING NEWS

ପୋଖରୀରେ ବୁଡ଼ି ଦୁଇ ଶିଶୁଙ୍କର ଚାଲିଗଲା ଜୀବନ

ନବରଙ୍ଗପୁର: ପୋଖରୀରେ ବୁଡ଼ି ଦୁଇ ଶିଶୁଙ୍କର ମୃତ୍ୟୁ । ମୁତ ଶିଶୁ ଦୁଇ ଜଣ ସମ୍ପର୍କୀୟ ଭଉଣୀ । ପାପଡାହାଣ୍ଡି ବ୍ଲକ ଖୁଟବାଇ ଗ୍ରାମପଞ୍ଚାୟତ ଅନ୍ତର୍ଗତ ସାନ ଦାମାପାଳା ଗ୍ରାମ ପୋଖରୀରେ ଏପରି ଏକ ଅଘଟଣ ଘଟିଛି । ମୁତ ଶିଶୁ ଦୁଇ ଜଣ ହେଲେ ଦାମାପାଳା ଗ୍ରାମର ମାନସୀ ହରିଜନ (୦୮) ଓ ପକନାଗୁଡା ଗ୍ରାମର ମେଲକା ହରିଜନ (୦୮) ।

ମାନସୀ ଓ ମେଲକା ନିଜ ସମ୍ପର୍କୀୟ ମାମୁ ଘରେ ରହି ପାଠ ପଢୁଥିଲେ । ଦୁହେଁ ସୋମବାର ଦିନ ଗାଁ ସ୍କୁଲକୁ ପାଠ ପଢିବାକୁ ଯାଇ ଘରକୁ ଫେରିଥିଲେ । ଏହା ପରେ ଦୁଇ ସମ୍ପର୍କୀୟ ଭଉଣୀ ଓ ଜଣେ ସାଙ୍ଗ ସହ ତିନି ଜଣ ମିଶି ବାହାରକୁ ଯାଇଥିଲେ । ତିନି ଜଣ ପୋଖରୀରେ ଗାଧୋଇବା ସମୟରେ ଅସାବଧାନତା ଯୋଗୁଁ ମାନସୀ ଓ ମେଲକା ଦୁଇ ଜଣ ପୋଖରୀ ପାଣିରେ ବୁଡ଼ି ଯାଇଥିଲେ । ଅନ୍ୟ ଜଣେ ସାଙ୍ଗ ତୁରନ୍ତ ଘରେ ପହଞ୍ଚି ପରିବାର ସଦସ୍ୟକୁ କହିଥିଲେ ।

ପରିବାରବର୍ଗ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲେ ଓ ଅଗ୍ନିଶମ ବିଭାଗ , କୋଡ଼ିଙ୍ଗା ପୋଲିସକୁ ଖବର ଦେଇଥିଲେ । ତେବେ ଖୋଜାଖୋଜି କରି ଦୁଇ ଶିଶୁକୁ ଉଦ୍ଧାର କରିଥିଲେ |

Leave A Reply

Your email address will not be published.