Latest Odisha News

BREAKING NEWS

ନବରଙ୍ଗପୁର SBI ମୁଖ୍ୟ ଶାଖାର ଦୁଇଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ, ବ୍ୟାଙ୍କ ୪୮ ଘଣ୍ଟା ବନ୍ଦ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାକୁ ଘାରିଲାଣି କୋଭିଡ ଚିନ୍ତା । ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁସାରେ ନବରଙ୍ଗପୁର ଜିଲ୍ଲାରୁ ଆଜି ୫ ଜଣ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଜିଲ୍ଲା ସଦରମହକୁମା ସ୍ଥିତ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାର ଦୁଇଜଣ କର୍ମଚାରୀ ଆଜି ପିଜିଟିଭ୍ ଚିହ୍ନଟ ହେବାପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବ୍ୟାଙ୍କକୁ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ବ୍ୟାଙ୍କର ସମସ୍ତ କାର୍ଯ୍ୟକ୍ରମ ବନ୍ଦ ରହିବ । ତେଣୁ ଜନସାଧାରଣଙ୍କୁ ସହଯୋଗ କରିବାକୁ ନିବେଦନ କରିଛନ୍ତି ଶାଖା ପରିଚାଳକ ।

ଏହାକୁ ମିଶାଇ ଜିଲ୍ଲାରେ ୧୮ ଟି ଆକ୍ଟିଭ୍ କେଶ୍ ରହିଛି । ଉମରକୋଟ ମ୍ୟୁନିସପାଲଟି ଗୁଲିପାଟଣାରେ  ଜଣେ, ନବରଙ୍ଗପୁର ମ୍ୟୁନିସପାଲଟି ଗାଦବାଗୁଡ଼ାରେ ୨, ନନ୍ଦାହାଣ୍ଡି ବ୍ଲକର ଡିହେଚହେଚ କ୍ୟାମ୍ପସରେ ଜଣେ, ନବରଙ୍ଗପୁର ବ୍ଲକ ସାନ ମସିଙ୍ଗା ରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ଜିଲ୍ଲାରେ ୧୮ ଟି ଆକ୍ଟିଭ କେଶ୍ ରହିଛି ଓ ସମସ୍ତେ ହୋମ ଆଇସୋଲେସନରେ ଅଛନ୍ତି ।

 

 

Comments are closed.