କଟକ: ନଦୀକୁ ଗାଧୋଇବାକୁ ଆସି ବୁଡିଗଲେ ଦୁଇ ସାଙ୍ଗ। କଟକ ଜିଲ୍ଲା ସାଲେପୁର ନିକଟ ଜଳହରି ଗାଁର ପାଞ୍ଚଜଣ ସାଙ୍ଗ ଚିତ୍ରୋତ୍ପଳା ନଦୀକୁ ଗାଧୋଇବାକୁ ଆସିଥିଲେ। ସେମାନଙ୍କ ଭିତରୁ ଦୁଇ ଜଣ ହଠାତ ନଦୀ ଭିତରେ ବୁଡିଯାଇଥିଲେ। ସେମାନଙ୍କ ମଧ୍ୟରୁ ଦୁଇଜଣ ନିଖୋଜ ଅଛନ୍ତି।
ଘଟଣା ସମ୍ପର୍କରେ ଖବର ପାଇଁ ଉଦ୍ଧାରକାରୀ ଦଳ ତୁରନ୍ତ ନଦୀରେ ଖୋଜାଖୋଜି ଆରମ୍ଭ କରିଛି। ତେବେ ୫ ଜଣଙ୍କ ମଧ୍ୟରୁ ତିନି ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁଯାୟୀ ଗତକାଲି ସାଲେପୁର ମିର୍ଜାପୁର ଅଞ୍ଚଳର ୫ ଜଣ ସାଙ୍ଗ ଚିତ୍ରୋପଲା ନଦୀରେ ଗାଧୋଇବା ସମୟରେ ଗଣ୍ଡରେ ପଶି ୨ ଜଣ ନିଖୋଜ ହୋଇଯାଇଛନ୍ତି। ତେବେ ଅନ୍ୟ ତିନି ଜଣ ବର୍ତ୍ତି ଯାଇଛନ୍ତି। ଗତକାଲି ସନ୍ଧ୍ୟା ସୁଦ୍ଧା ୨ ଯୁବକଙ୍କୁ ପାଇନଥିଲେ ଓଡ୍ରାଫ ଟିମ। ଆଜି ମଧ୍ୟ ଖୋଜାଖୋଜି ଜାରି ରହିଛି। ନିଖୋଜ ଦୁଇ ଜଣ ହେଲେ ମିର୍ଜାପୁର କାନପୁର ଗାଁର ଜିସାନ ଖାଁ ଓ ରିହାନ ଖା।
Comments are closed.