Latest Odisha News

[ଭିଡିଓ] ମଝି ନଦୀରେ ନେଉଥିଲେ ସେଲ୍‌ଫି, ଆଉ ତା’ପରେ…

ମଧ୍ୟପ୍ରଦେଶ: ଏକ ଛାତି ଥରାଇଦେଲାଭଳି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ମଧ୍ୟପ୍ରଦେଶର ଚିନ୍ଦୱାରା ଜିଲ୍ଲାର ଦୁଇ ଜଣ ଯୁବତୀ ଫଟୋ ଉଠାଇ ନିଜ ମରଣକୁ ଡାକିଥିଲେ । ହେଲେ ସୌଭାଗ୍ୟବଶତଃ ସ୍ଥାନୀୟ ଅଧିକାରୀଙ୍କ ଦ୍ୱାରା ଉଦ୍ଧାର ପାଇଥିଲେ ।

ଭିଡିଓରେ ସ୍ପଷ୍ଟ ଭାବେ ଦେଖାଯାଇପାରେ ଯେ, କିପରି ବିପଦ ଶଙ୍କୁଳ ଅବସ୍ଥାରେ ଦୁଇ ଯୁବତୀଙ୍କୁ ଉଦ୍ଧାର କରାଯାଇଥିଲା । ଗୁରୁବାର ଦିନ କରୋନା କଟକଣାକୁ ଅଣଦେଖା କରି ବେଲଖେଡି ଗାଁର କିଛି ଯୁବତୀ ପିକ୍‌ନିକ୍ କରିବାକୁ ପେଂଚ ନଦୀ କୂଳରେ ପହଂଚିଥଲେ । ସେମାନଙ୍କ ମଧ୍ୟରୁ ଦୁଇଜଣ ଯୁବତୀ ସେଲ୍‌ଫ ନେବା ପାଇଁ ମଝି ନଦୀକୁ ପଳାଇଥିଲେ । ହେଲେ ହଠାତ ସ୍ରୋତର ଦିଗ ପରିବର୍ତ୍ତନ ହେବା ପରେ ଦୁହେଁ ପାଣିର ଭୀଷଣ ସୁଅରେ ଫସିଯାଇଥିଲେ ।

ଏପରି ଘଟଣା ଦେଖି ଯୁବତୀଙ୍କ ସାଙ୍ଗସାଥୀମାନେ ପୋଲିସକୁ ଫୋନ କରିବା ସହ ପଂଚାୟତ ଲୋକଙ୍କୁ ଜଣାଇଥିଲେ । ଖବର ପାଇଁ ସ୍ଥାନୀୟ ଲୋକଙ୍କ ସମେତ ପୋଲିସ ମିଳିତ ଭାବେ ଦୁଇ ଯୁବତୀଙ୍କୁ ଉଦ୍ଧାର କରି ଡାକ୍ତରୀମାଇନା ପାଇଁ ହସ୍ପିଟାଲ ପଠାଇଥିଲେ ।

Comments are closed.