କଟକ: ସିଡିଏ ସେକ୍ଟର-୬ରେ ମଙ୍ଗଳବାର ବିଦ୍ୟୁତ ଆଘାତରେ ଜଣେ ଯୁବତୀ (୨୦)ଙ୍କ ମୃତ୍ୟୁ ଘଟିଛି। ମୃତ କଣ୍ଢେଇ ଦାସଙ୍କ ଘର ସ୍ଥାନୀୟ ହେରଣପୁର ବସ୍ତିରେ। ପୁଲିସ ସୂତ୍ରରୁ ପ୍ରକାଶ ଯେ, ଖୁଦୁରୁକୁଣୀ ଓଷା ଅବସରରେ ପୂଜାର୍ଚ୍ଚନା ଚାଲିଥିବା ବେଳେ ଯୁବତୀ ଜଣକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ଏଭଳି ଅଘଟଣ ଘଟିଥିଲା। ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଛି।
ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପୁଲିସର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୁଲିସ ନାବାଳିକାର ମୃତଦେହକୁ ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ଡାକ୍ତରଖାନାକୁ ପଠାଇଛି।
ସେହିପରି ପାରାଦୀପ ଜିଲ୍ଲା ଆଠରାବାଙ୍କୀ ବସ୍ତିରେ ବର୍ଷା ପାଣିରେ ଭାସି ଯାଇଥିଲେ ଜଣେ ୧୪ ବର୍ଷର ନାବାଳିକା। ଆରତୀ ମଲ୍ଲିକ ନାମକ ଏହି ନାବାଳିକା ଜଣକ ତାଙ୍କର କିଛି ସାଙ୍ଗଙ୍କ ସହ ନଦୀକୁ ଏକ ପୂଜାର୍ଚ୍ଚନା କରିବାକୁ ଯାଇଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀମାନେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନଥିଲା। ପୁଲିସ ଉଭୟ ଘଟଣାରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
Comments are closed.