Latest Odisha News

BREAKING NEWS

ପୋଲିସ୍-ମାଓବାଦୀ ମୁହାଁମୁହିଁ,୨ ସୁରକ୍ଷା କର୍ମୀ ସହିଦ

ମାଲକାନଗିରି: ମାଲକାନଗିରି ଛତିଶଗଡ଼ ସୀମାନ୍ତ ନାରାୟଣପୁର ଜିଲ୍ଲାରେ ପୋଲିସ ସହ ମାଓବାଦୀଙ୍କ ଗୁଳିବିନିମୟ । ମାଓବାଦୀଙ୍କ ଗୁଳିରେ ଦୁଇ ଜଣ ସୁରକ୍ଷା କର୍ମୀ ଶହୀଦ ହୋଇଛନ୍ତି । କଡେନାର ଥାନା ଅନ୍ତର୍ଗତ କରିଆମେଟା ଜଙ୍ଗଲକୁ ଆଇଟିବିପିର ଯବାନ ମାନେ କୁମ୍ବିଙ୍ଗ ଅପରେସନ ରେ ଯାଇଥିବା ବେଳେ ନକ୍ସଲ ମାନେ ଯବାନ ଙ୍କୁ ଦେଖି ଗୁଳି ଚାଳନା କରିଥିଲେ ଫଳରେ ଜଣେ ଏସ.ଏସ.ଆଇ ଓ ଅନ୍ୟ ଜଣେ ପ୍ଲାଟୁନ କମାଣ୍ଡର ଘଟଣା ସ୍ଥଳରେ ପ୍ରାଣ ହରାଇଛନ୍ତି । ବର୍ତ୍ତମାନ ସୁଦ୍ଧା ସେଠାରେ ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ଜାରି ରହିଛି ।

Leave A Reply

Your email address will not be published.