ନୂଆଦିଲ୍ଲୀ: ଖ୍ରୀଷ୍ଟମାସ ମାର୍କେଟରେ ଲୋକଙ୍କ ଉପରେ ମାଡ଼ିଗଲା କାର୍ । କାର୍ ଧକ୍କାରେ ୨ ମୃତ, ୬୦ରୁ ଉର୍ଦ୍ଧ୍ଵ ଆହତ । ଆହତଙ୍କ ମଧ୍ୟରୁ ୧୫ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ତେବେ କାର୍ରେ ଜଣେ ନାବାଳକ ସମେତ ୨ ଜଣଙ୍କୁ ଧରିଛି ପୋଲିସ । ତଦନ୍ତ ଜାରି ରହିଛି ।
ସୂଚନା ଅନୁସାରେ, ଗତକାଲି ଜର୍ମାନୀର ମାଗଡେବର୍ଗରେ ଥିବା ଖ୍ରୀଷ୍ଟମାସ ମାର୍କେଟରେ ଦ୍ରୁତ ଗତିରେ ଏକ କାର ଆସି ଲୋକଙ୍କ ଉପରେ ମାଡିଯାଇଥିଲା । ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୦ରୁ ଉର୍ଦ୍ଧ୍ଵ ଲୋକ ଆହତ ହୋଇଛନ୍ତି । ଉକ୍ତ ଘଟଣାରେ କାର ଚଳାଉଥିବା ୫୦ ବର୍ଷିୟ ଜଣେ ଡାକ୍ତରଙ୍କୁ ଗିରଫ କରିଛି ପୋଲିସ । ପ୍ରଥମେ ଦୁର୍ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଦାବି କରାଯାଇଥିଲା, କିନ୍ତୁ ପରବର୍ତ୍ତୀ ସମୟରେ ଅଧିକାରୀମାନେ କେବଳ ୨ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ନିଶ୍ଚିତ କରିଛନ୍ତି ।
ତେବେ ଅଭିଯୁକ୍ତ କାର ଚାଳକ ଜଣଙ୍କ ଜର୍ମାନୀ ବାସିନ୍ଧା । ଗତ ଦୁଇ ଦଶନ୍ଧି ଧରି ସେ ସେଠାରେ ରହି ଆସୁଛନ୍ତି । ଆଗକୁ ବଡଦିନ ଥିବାରୁ ଏହା କୌଣସି ଆତଙ୍କୀ ହାମଲା ଭାବି କାରରେ କୌଣସି ବିସ୍ଫୋଟକ ଥିବା ନେଇ ସନ୍ଦେହ କରିଥିଲା ପୋଲିସ । ମାତ୍ର ସର୍ଚ୍ଚ ଅପରେଶନ ପରେ କାରରୁ କୌଣସି ସେପରି ସାମଗ୍ରୀ ମିଳିନଥିବା ନେଇ ସ୍ପଷ୍ଟ କରିଛି ପୋଲିସ ।
Comments are closed.