Latest Odisha News

BREAKING NEWS

ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ଗୁଳି ବିନିମୟ : ୨ ଆତଙ୍କୀ ନିପାତ

ଶ୍ରୀନଗର: ଭାରତୀୟ ସେନାକୁ ବଡ଼ ସଫଳତା । ଜାମ୍ମୁ କାଶ୍ମୀରର ଶୋପିଆନ ରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ସୁରକ୍ଷା କର୍ମୀଙ୍କ ଗୁଳିରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।

ସୂଚନା ଅନୁସାରେ ଗତକାଲି ରାତିରେ ଆତଙ୍କବାଦୀଙ୍କ ଯୋଜନାକୁ ଫଣ୍ଡ କରିଛନ୍ତି ସୁରକ୍ଷା ବାହିନୀ । ଶୋପିଆନ୍ ଜିଲ୍ଲାର ଆଲିସିପୋରା ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ର ହୋଇଛି । ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିବା ଏହି ଏନକାଉଣ୍ଟରରେ ସୁରକ୍ଷା କର୍ମୀ ଦୁଇଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି । ଏନକାଉଣ୍ଟର ଶେଷ ହେବା ପରେ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଚାଲିଛି । ଏନେଇ କାଶ୍ମୀର ଜୋନ୍ ପୋଲିସ ଏହି ସୂଚନା ଦେଇଛି ।

ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କୁ ନିପାତ କରିବା ଲାଗି ସୁରକ୍ଷା କର୍ମୀ ନିଜର ଅପରେସନ୍ ଜାରି ରଖିଛି । ଏହାପୂର୍ବରୁ କାଶ୍ମୀର ପୋଲିସ ଏବଂ ସୁରକ୍ଷା ବାହିନୀର ମିଳିତ ଅପରେସନରେ ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ । ଏନକାଉଣ୍ଟର ସ୍ଥାନରୁ ଉଭୟ ଆତଙ୍କବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

Leave A Reply

Your email address will not be published.