Latest Odisha News

BREAKING NEWS

ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ଏନକାଉଣ୍ଟର, ୨ ମାଓବାଦୀ ନିହତ

ମାଲକାନଗିରି: ସ୍ୱାଭିମାନ ଅଞ୍ଚଳରେ ପୁଣି ପୁଲିସ-ମାଓବାଦୀ ମୁହାଁମୁହିଁ । ଏନକାଉଣ୍ଟରେ ଗଡ଼ିଲା ୨ ମାଓବାଦୀଙ୍କ ମୁଣ୍ଡ । ସ୍ୱାଭିମାନ ଅଞ୍ଚଳର ଗାଜଲମାମୁଡି ଅଞ୍ଚଳରେ ଏହି ଗୁଳି ବିନିମୟ ହୋଇଥିବା ସୂଚନା ମିଳିଛି । ବିଏସଏଫ୍, ଏସଓଜି ଓ ଡିଭିଏଫ୍ ଯବାନ ଗାଜଲମାମୁଡି ଅଞ୍ଚଳରେ ମିଳିତ କମ୍ବିଂ ଅପରେସନ୍ ଚଳାଇଥିଲେ । ଏତିକିବେଳେ ମାଓବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରେ ଗୁଳି ଚଳାଇଥିଲେ । ଏହାର ଜବାବ ଦେଇଥିଲେ ଯବାନ ।

ଯବାନଙ୍କ ପାଲଟା ଗୁଳିରେ ଦୁଇ ଜଣ ମାଓବାଦୀ ନିହତ ହୋଇଛନ୍ତି । ଆଉ କିଛି ଛତ୍ରଭଙ୍ଗ ଦେଇଥିବା ସୂଚନା ମିଳିଛି । ଏନକାଉଣ୍ଟରସ୍ଥଳରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ଏହି ଘଟଣା ପରେ ସଂପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରୁଛନ୍ତି ସୁରକ୍ଷାକର୍ମୀ ।

ପୂର୍ବରୁ ଗତ ୧୧ ତାରିଖରେ କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଅଞ୍ଚଳରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ଜଣେ ମହିଳା ମାଓବାଦୀର ମୃତ୍ୟୁ ହୋଇଥିଲା ।

Leave A Reply

Your email address will not be published.