Latest Odisha News

ସିଲ୍‌ ହେଲା ଓଡ଼ିଶାର ଆଉ ୨ ସିନେମା ହଲ୍‌

ପାରଳାଖେମୁଣ୍ଡି: କୋଭିଡ୍‌-୧୯ ଗାଇଡଲାଇନର ଉଲ୍ଲଂଘନ ପାଇଁ ଗଜପତି ଜିଲ୍ଲା ପ୍ରଶାସନ ଶନିବାର ଦିନ ପାରଳାଖେମୁଣ୍ଡି ସହରର ଦୁଇଟି ସିନେମା ହଲକୁ ସିଲ୍ କରିଛି।

BjdElectrycity

ପ୍ରଶାସନ ଏକ ବିଜ୍ଞପ୍ତିରେ କହିଛି ଯେ ଦୁଇଟି ସିନେମା ହଲ୍ – ଜୟା ମହଲ ଏବଂ ଲକ୍ଷ୍ମୀ ଟକିଜ୍ – ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ସିଲ୍ କରାଯାଇଛି।

ସୂଚନାଯୋଗ୍ୟ, ଶୁକ୍ରବାର ଅପରାହ୍ନରେ ତେଲୁଗୁ ଚଳଚ୍ଚିତ୍ର ଦେଖିବା ପାଇଁ ଏହି ଦୁଇଟି ସିନେମା ହଲ ସମ୍ମୁଖରେ ଲୋକଙ୍କ ଭିଡ଼ ଜମିଥିଲା।

ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଟିକେଟ୍ କାଉଣ୍ଟରରେ ସାମାଜିକ ଦୂରତା ବଜାୟ ରଖିବାକୁ କହିଥିଲେ। ଲୋକମାନେ ଏହି ନିୟମକୁ ଅବମାନନା କରିଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇବା ପାଇଁ ଲାଠି-ଚାର୍ଜ କରିଥିଲା।

ପରେ ସିନେମା ହଲ ମାଲିକମାନଙ୍କୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା ଏବଂ ସେମାନଙ୍କୁ ଫିଲ୍ମର ସ୍କ୍ରିନିଂ ବନ୍ଦ କରିବାକୁ କୁହାଯାଇଥିଲା।

Leave A Reply

Your email address will not be published.