Latest Odisha News

BREAKING NEWS

କେନ୍ଦୁଝରରୁ ଚିହ୍ନଟ ୨ ପଜିଟିଭଙ୍କ ସମ୍ପୂର୍ଣ୍ଣ ବିବରଣୀ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରୁ ଆଜି ଚିହ୍ନଟ ହୋଇଛନ୍ତି ୨ ଜଣ କରୋନା ପଜିଟିଭ। ଚିହ୍ନଟ ପଜିଟିଭ ବ୍ୟକ୍ତି ଦ୍ବୟ ଧଙ୍କା ଗ୍ରାମ ପଞ୍ଚାୟତ ଏବଂ ଧନଞ୍ଜୟପୁର ଗ୍ରାମ ପଂଚାୟତର ବୋଲି ଜିଲ୍ଲାପାଳ ଆଶିଷ ଠାକରେ ସୂଚନା ଦେଇଛନ୍ତି।

BjdElectrycity

ଏହି ଦୁଇ ବ୍ୟକ୍ତି ସୁରତ ଫେରନ୍ତା ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ସୁରତ ଫେରନ୍ତା କେନ୍ଦୁଝରରେ ପହଞ୍ଚିବା ପରେ ସେମାନଙ୍କୁ କ୍ୱାରେଣ୍ଟାଇନ କେନ୍ଦ୍ରରେ ରଖାଯିବା ସହ ସେମାନଙ୍କ ସ୍ୱାବ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । ସେମାନଙ୍କ ମଧ୍ୟରୁ ଏହି ଦୁଇଜଣଙ୍କର ରିପୋର୍ଟ ପଜିଟିଭ ବାହାରିଛନ୍ତି ।

ସେମାନଙ୍କ ମଧ୍ୟରୁ ଜଣଙ୍କର ମୁଣ୍ଡବିନ୍ଧା ଭଳି ସାମାନ୍ୟ ଲକ୍ଷଣ ଥିବାବେଳେ ଅନ୍ୟ ଜଣଙ୍କର କୌଣସି ଲକ୍ଷଣ ନଥିବା ବୋଲି ଜିଲ୍ଲାପାଳ କହିଛନ୍ତି।

ଆକ୍ରାନ୍ତ ବ୍ୟକ୍ତି ଦ୍ବୟଙ୍କ ବୟସ ୪୪ ଏବଂ ୨୩ ବର୍ଷ ବୟସ ବୋଲି ଜଣାପଡିଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, କ୍ୱାରେଣ୍ଟାଇନ କେନ୍ଦ୍ରଗୁଡିକରୁ ଏହି ମାମଲା ଚିହ୍ନଟ ହୋଇଥିବାରୁ ଜିଲ୍ଲାବାସୀଙ୍କ ପାଇଁ ଭୟଭୀତ ହେବାର କୌଣସି କାରଣ ନଥିବା ଜିଲ୍ଲାପାଳ କହିଛନ୍ତି ।

Leave A Reply

Your email address will not be published.