Latest Odisha News

BREAKING NEWS

୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ମୂର୍ତ୍ତି ଚୋରି, ଦୁଇ ଜଣଙ୍କୁ ଓଡ଼ିଶାରୁ ଗରିଫ କଲା ସୁରଟ ପୋଲିସ

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲା ଉଦଳାରୁ ଗୁଜରାଟ ସୁରଟରେ ଥିବା ପିପିଲୋଡ଼ଠାରେ ଏକ ନିର୍ମାଣାଧୀନ ଜୈନ ମନ୍ଦିରରୁ ୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ମୂର୍ତ୍ତି ଚୋରି କରିବା ଅଭିଯୋଗରେ ଦୁଇ ଜଣଙ୍କୁ ସୁରଟ ପୋଲିସ ଗିରଫ କରିଛି। ଗିରଫ ଯୁବକଙ୍କ ନାଁ ଚନ୍ଦନ ମଲ୍ଲିକ ଅନ୍ୟ ଜଣେ ନାବାଳକ।

ଏକ ଗ୍ରାନାଇଟ୍ ମୁଗୁନି ପଥରରେ ଖୋଦିତ ହୋଇଥିବା ଏହି ମୂର୍ତ୍ତିରେ ଏକ ୨୮ କ୍ୟାରେଟ୍ ହୀରା ଖୋଦିତ କରାଯାଇଥିଲା ଏବଂ ଏଥିରେ ସୁନାରେ ତିଆରି ତାରରେ ସୁଶୋଭିତ କରାଯାଇଥିଲା। ହେଲେ ଗିରଫ ଅଭିଯୁକ୍ତ ମନ୍ଦିର ନିର୍ମାଣ କାମରେ ନିୟୋଜିତ ଥିବା ବେଳେ ଗତ ଅଗଷ୍ଟ ୨୮ ତାରିଖ ରାତି ପ୍ରାୟ ସାଢ଼େ ୧ଟାରେ ମୂର୍ତ୍ତି ନେଇ ଫେରାର ହୋଇଯାଇଥିଲେ।

ପୂରା ଘଟଣା ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ତଦନ୍ତ ସମୟରେ ପୋଲିସ ଠିକାଦାରଙ୍କଠାରୁ ଅଭିଯୁକ୍ତଙ୍କ ଠିକଣା ପାଇଥିଲା ଏବଂ ଏଠାରେ ଓଡ଼ିଶା ପୋଲିସ ସହାୟତାରେ ଉଭୟଙ୍କୁ କାବୁ କରିଥିଲା।

Comments are closed.