Latest Odisha News

BREAKING NEWS

ଏନ୍‌କାଉଣ୍ଟରରେ ଗର୍ଜିଲା ଯବାନଙ୍କ ବନ୍ଧୁକ, ଦୁଇ ନକ୍ସଲ ନିହତ

ମାଲକାନଗିରି: କରୋନାରେ ଛତ୍ରଭଙ୍ଗ ଦେଲେଣି ମାଓ ସଦସ୍ୟ । ତଥାପି ମିଛ ଦମ୍ଭ ଦେଖାଇବାକୁ ପଛଘୁଂଚା ଦେଉନାହିଁ ଲାଲ ବାହିନୀ । ମାଲକାନଗିରି ଛତିଶଗଡ ସୀମାନ୍ତ କୋଣ୍ଡାଗାଁ ଜିଲ୍ଲାରେ ହୋଇଥିଲା ଏନକାଉଣ୍ଟର । ଯବାନ ଓ ପୋଲିସର ଅତର୍କିତ ଗୁଳିମାଡରେ ଟଳିପଡିଥିଲେ ଦୁଇ ହାର୍ଡକୋର ନକ୍ସଲ ।

ମେନପୁର ନକ୍ସଲ୍ ଡିଭିଜନ୍‌ର ୧୨ରୁ ଅଧିକ ସଶସ୍ତ୍ର ନକ୍ସଲ ଭଣ୍ଡାରି ଜଙ୍ଗଲରେ ଏକ କ୍ୟାମ୍ପ୍ କରି ରହୁଥିବା ଗୁଇନ୍ଦା ବିଭାଗ ପୋଲିସକୁ ସୂଚନା ଦେଇଥିଲା । ସୂଚନା ପାଇ ଆଜି ଡିଆରଜି ଓ ଏସ୍‌.ଟି.ଏଫ୍ ବାହିନୀ ମିଳିତ ଭାବେ ଆରମ୍ଭ କରିଥିଲେ କୁମ୍ବିଂ ଅପରେସନ୍ । ଯବାନଙ୍କୁ ଦେଖି ପ୍ରଥମେ ମାଓବାଦୀମାନେ ଗୁଳି ଚାଳନା କରିଥିଲେ । ହେଲେ ପାଲଟା ଜବାବ ଦେବାରେ ଯବାନମାନେ ଆଦୌ ହେଳା କରିନଥିଲେ ।

ପ୍ରାୟ ଘଣ୍ଟାଏ କାଳ ଧରି ଗୁଳି ବିନିମୟ ହେବା ପରେ ନକ୍ସଲମାନେ ଚମ୍ପଟ୍ ମାରିଥିଲେ । ଏନକାଉଣ୍ଟରରେ ଜଣେ ପୁରୁଷ ଓ ଜଣେ ମହିଳା ମାଓବାଦୀ ନିହତ ହୋଇଥିବା ସୂଚନା ରହିଛି । ଦୁଇଜଣଙ୍କ ମୃତଦେହ ସମେତ ଘଟଣାସ୍ଥଳରୁ ୫ଟି ବନ୍ଧୁକ ଓ ବିପୁଳ ମାତ୍ରାରେ ବିସ୍ଫୋରକ ସାମଗ୍ରୀକୁ ଜବତ କରାଯାଇଛି ।

Leave A Reply

Your email address will not be published.