Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, କରୋନା ପ୍ରଭାବିତଙ୍କୁ ମିଳିବ ମଧୁବାବୁ ପେନସନ

ଭୁବନେଶ୍ବର : ରାଜ୍ୟରେ ମୁଣ୍ଡ ଟେକି ଚାଲିଛି କରୋନା ସଂକ୍ରମଣ । ମହାମାରୀରେ ଅନେକ ଲୋକଙ୍କ ଜୀବନ ଗଲାଣି । ଅନେକ ସ୍ବାମୀ ହରାଇଥିବା ଅନେକ ଶିଶୁ ଅନାଥ ହୋଇଗଲେଣି । ଏସବୁ ଭିତରେ ଆଜି ମୁଖ୍ୟମନ୍ତ୍ରୀ କରୋନା ସ୍ଥିତିର ସମୀକ୍ଷା କରିଛନ୍ତି । ଆଉ କରୋନା ପ୍ରଭାବିତଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । କରୋନା ପ୍ରଭାବିତଙ୍କୁ ମଧୁବାବୁ ପେନସନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ବିଧବା ଓ ଅନାଥ ପିଲାଙ୍କୁ ଏହି ମଧୁବାବୁ ପେନସନ ମିଳିବ ।

ସେହିପରି ସାମାଜିକ ସୁରକ୍ଷା ହିତାଧିକାରୀଙ୍କୁ ଆଗୁଆ ୩ ମାସର ପେନସନ ପ୍ରଦାନ କରାଯିବ । ୧୫ ଦିନରେ ପେନସନ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଖାଲି ସେତିକି ନୁହେଁ, ବ୍ଲାକ୍ ଫଙ୍ଗସ୍ ପାଇଁ ଆଗୁଆ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କରୋନାର ତୃତୀୟ ଲହରରେ ଶିଶୁଙ୍କୁ ଫୋକସ କରିବାକୁ କୁହାଯାଇଛି । ମେଡିକାଲରେ ଅକ୍ସିଜେନ୍ ବ୍ୟବହାର ମଧ୍ୟ ହ୍ରାସ ପାଉଛି । ଏହାସହ ଆଇସିୟୁ ଓ ଏଚଡିୟୁ ସମସ୍ୟାରେ ମଧ୍ୟ ସୁଧାର ଆସୁଛି । ତେବେ ଆସନ୍ତା ସପ୍ତାହ ସୁଦ୍ଧା କୋଭିଡ ସ୍ଥିତିରେ ଉନ୍ନତି ଆସିବ ବୋଲି ସମୀକ୍ଷା ପରେ କହିଛନ୍ତି ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.