Latest Odisha News

BREAKING NEWS

ବାହାଘର ଭୋଜି ଖାଇ ଘରକୁ ଫେରୁଥିବା ବେଳେ ବାଇକ ଦୁର୍ଘଟଣା, ୨ ମୃତ

କୋରାପୁଟ: ବୋରିଗୁମ୍ମା ଥାନା ବିଜାପୁର ନିକଟରେ ବାଇକ ଦୁର୍ଘଟଣା। ଘଟଣାସ୍ଥଳରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ବୋରିଗୁମ୍ମା ମେଡିକାଲରେ ବାଇକରେ ବସିଥିବା ଅନ୍ୟ ଜଣେ ଯୁବକଙ୍କ ମଧ୍ୟ ମୃତ୍ୟୁ ଘଟିଛି। ଉଭୟ ମୃତ ଯୁବକ ଦୁଇ ବନ୍ଧୁ ହୋଇଥିବା ବେଳେ ଏମାନେ ଜୟପୁର ସହର ବାସିନ୍ଦା ବୋଲି ଜଣାପଡିଛି ।

ସୂଚନା ଅନୁସାରେ ଦୁଇ ବନ୍ଧୁ ମିଶି କୋଟପାଡ଼ରେ ଏକ ବାହାଘର ଭୋଜି ଖାଇ ବାଇକ ଯୋଗେ ଜୟପୁର ଫେରୁଥିଲେ। ବିଜାପୁର ନିକଟରେ ରାସ୍ତା ପାର୍ଶ୍ୱରେ ବଡ଼ ଗାତ ଖୋଳା ଯାଇ ମାଟି ଗଦା ହୋଇଥିଲା। ସେହି ମାଟି ଗଦା ଉପରେ ବାଇକ ପଡି ଯାଇଥିଲା। ଫଳରେ ଦୁଇ ବନ୍ଧୁ ବାଇକରୁ ଛିଟିକି ରାସ୍ତା ଉପରେ ପଡ଼ିଗଲେ। ଉଭୟଙ୍କ ମସ୍ତିସ୍କରେ ଆଘାତ ହୋଇ ପ୍ରବଳ ରକ୍ତ ସ୍ରାବ ହୋଇଥିଲା। ଉଭୟଙ୍କୁ ଘଟଣାସ୍ଥଳରୁ ତାଙ୍କ ସମ୍ପର୍କୀୟମାନେ ଉଠାଇ ବୋରିଗୁମ୍ମା ମେଡିକାଲକୁ ଭର୍ତ୍ତି କରାଇଥିଲେ।

ମୃତ ଦୁଇ ଜଣ ହେଲେ ଜୟପୁରର ବିନାୟକ ରଥ ଏବଂ ଦୀପକ ପାଇକ। ଘଟଣାକୁ ନେଇ ମୃତକଙ୍କ ପରିବାର ପକ୍ଷରୁ ବୋରିଗୁମ୍ମା ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗରେ ଜେଏମସି ନାମକ ସଂସ୍ଥା ବିଜାପୁର ନିକଟରେ ରାସ୍ତା ଖୋଳି ଛାଡି ଦେଇଥିବାରୁ ଦୁଇ ଯୁବକଙ୍କ ଜୀବନ ଯାଇଛି ଏଣୁ ସେହି ଠିକା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରାଯାଉଛି। ଅନ୍ୟପଟେ ଦୁଇ ମୃତଦେହ ମେଡିକାଲରେ ରହିଛି। ବୋରିଗୁମ୍ମା ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି।

Comments are closed.