Latest Odisha News

ଆକାଶରୁ ଖସିଲା ମୃତ୍ୟୁ, ବଜ୍ରପାତରେ ଚାଲିଗଲା ୨ଜଣଙ୍କ ଜୀବନ

ବ୍ରହ୍ମପୁର: ବ୍ରହ୍ମପୁରର ଦିଗପହଣ୍ଡିରେ ତାଣ୍ତବ ରଚିଛି କାଳବୈଶାଖୀ । କାଳବୈଶାଖୀ ସହିତ ବିଭିନ୍ନ ସ୍ଥାନରେ ବଜ୍ରପାତ ମଧ୍ୟ ହୋଇଛି । ବଜ୍ରପାତରେ ୨ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଯୁବକ ଦ୍ୱୟ ହେଲେ ନିରାକାରପୁର ଡୁବୁର ପ୍ରଧାନ ଓ ପୋଲସରାର ଶାନ୍ତନୁ। ଏମାନେ ପାଟପୁର ଗାନ୍ଧୀ ଛକ ନିକଟରେ ପଡ଼ିଥିବା ମିନା ବଜାର କାମ କରୁଥିଲେ।

ସୂଚନା ଅନୁସାରେ, ସୂଚନା ଅନୁସାରେ ଡୁବୁର ପ୍ରଧାନ ଓ ଶାନ୍ତନୁ ପାଟପୁର ଗାନ୍ଧୀ ଛକ ନିକଟରେ ପଡ଼ିଥିବା ମିନାବଜାର କାମ କରୁଥିଲେ। ପ୍ରବଳ ଖରାରେ ଥକି ଯିବାରୁ ନିକଟସ୍ଥ ଗୋଟିଏ ଆମ୍ବଗଛ ତଳେ ବିଶ୍ରାମ ନେଇଥିଲେ। ହେଲେ ଏହି ସମୟରେ ପ୍ରବଳ ବର୍ଷା ସହିତ ହଠାତ୍‌ ବିଜୁଳି ମାରିଥିଲା। ଫଳରେ ସେହି ଆମ୍ବଗଛ ତଳେ ଡୁବୁର ଓ ଶାନ୍ତନୁ ରହି ଯାଇଥିଲେ। ବଜ୍ରପାତ ଗଛରେ ପଡିବାରୁ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ସ୍ଥାନୀୟ ଲୋକେ ଓ ପାଟପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ୨ ଯୁବକକୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାକାର ଡାକ୍ତର ୨ ଯୁବକଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ପାଟପୁର ଥାନାରେ ଅପମୃତ୍ୟୁ ମାମଲା ରୁଜୁ ହେବା ପରେ ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଦିଆଯାଇଥିବା ଜଣାପଡିଛି।

 

Comments are closed.