Latest Odisha News

ଭୋଜିରୁ ତୁମୁଳକାଣ୍ଡ, ଗୁଳିମାଡରେ ସମିତି ସଭ୍ୟ ଗୁରୁତର

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ କେନ୍ଦୁବାଡି ପଞ୍ଚାୟତ ଗରେଇଝୁଳି ଗାଁରେ ଅଘଟଣ । ଗତକାଲି ବିଳମ୍ବିତ ରାତିରେ ଭୋଜି ଚାଲିଥିବାବେଳେ ହଠାତ୍ ଗୁଳି ଫୁଟିଥିଲା । ଏହି ଗୁଳିମାଡରେ ୩ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

ଗୁରୁତର ଜଣକ ହେଲେ କେନ୍ଦୁବାଡି ପଞ୍ଚାୟତର ସମିତି ସଭ୍ୟ ନରେନ୍ଦ୍ର ସ୍ୱାଇଁ l ନରେନ୍ଦ୍ରଙ୍କୁ ପ୍ରଥମେ ବୁଗୁଡା ମେଡିକାଲ ଓ ପରେ ବ୍ରହ୍ମପୁର ଏମକେସିଜି ରେ ଭର୍ତ୍ତି କରାଯାଇଛି । ଘଟଣା ସମ୍ପର୍କରେ ପୋଲିସକୁ ଖବର ଦିଆଯିବା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।

ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ଗରେଇଝୁଳି ଗାଁରେ କିଛି ଯୁବକ ଭୋଜି କରୁଥିଲେ । ହେଲେ କୌଣସି କାରଣରୁ ବଚସା ଆରମ୍ଭ ହୋଇଥିଲା । ଏହାପରେ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ଓ ପାଟି ତୁଣ୍ଡ ଆରମ୍ଭ ହୋଇଥିଲା । ଏହା ଦେଖି ଯୁବକ ମାନଙ୍କୁ ଶାନ୍ତ କରିବାକୁ ଯାଇ ଗୁଳିମାଡର ଶିକାର ହୋଇଥିଲେ ନରେନ୍ଦ୍ର । ନରେନ୍ଦ୍ରଙ୍କୁ ରକ୍ଷା କରିବାକୁ ଯାଇ ତାଙ୍କ ଭାଇ ଓ ଅନ୍ୟ ଜଣେ ଆହତ ହୋଇଥିଲେ ।

Comments are closed.