Latest Odisha News

ପଦ୍ମଶ୍ରୀ ପୁରସ୍କାରକୁ ନେଇ ବିବାଦ, ହାଇକୋର୍ଟରେ ମାମଲା

ଭୁବନେଶ୍ଵର: ପଦ୍ମଶ୍ରୀ ପୁରସ୍କାରକୁ ନେଇ ବିବାଦ, ହାଇକୋର୍ଟରେ ମାମଲା । ବଡ଼ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ଉଭୟ ଅନ୍ତର୍ୟ୍ୟାମୀ ମିଶ୍ର ସେମାନଙ୍କ ଲିଖିତ ବହି ସହିତ ହାଜର ହେବାକୁ କୋର୍ଟଙ୍କ ନିର୍ଦ୍ଦେଶ। ତେବେ ୨୦୨୩ରେ ଢେଙ୍କାନାଳର ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ମିଳିଥିଲା ପଦ୍ମଶ୍ରୀ । ପୁରସ୍କାରର ପ୍ରକୃତ ଦାବିଦାର ଭାବେ ଏବେ ଅଭିଯୋଗ ଆଣିଛନ୍ତି ଆଉ ଜଣେ ଅନ୍ତର୍ଯ୍ୟାମୀ ।

ସୂଚନା ଅନୁସାରେ, ୨୦୨୩ରେ ଦେଶରେ ମୋଟ ୧୦୬ ଜଣଙ୍କ ନାମ ପଦ୍ମଶ୍ରୀ ସମ୍ମାନ ପାଇଁ ଘୋଷଣା ହୋଇଥିଲା । ସେହିବର୍ଷ ଏପ୍ରିଲ ମାସ ୫ ତାରିଖରେ ରାଷ୍ଟ୍ରପତି ଭବନରେ ଆୟୋଜିତ ସମାରୋହରେ ଢେଙ୍କନାଳର ସାମ୍ବାଦିକ ଅନ୍ତର୍ଯ୍ୟାମୀ ମିଶ୍ର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ଏହି ସମ୍ମାନ ଗ୍ରହଣ କରିଥିଲେ । ସାହିତ୍ୟ ଓ ଶିକ୍ଷା ବର୍ଗରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା । ବଡ଼ କଥା ହେଉଛି, ସମାନ ନାମ ଥିବା ଆଉଜଣେ ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ମଧ୍ୟ ପୁରସ୍କାର ପାଇଁ ଫୋନ ଆସିଥିଲା। ହେଲେ ପୁରସ୍କାର ଆଉଜଣଙ୍କୁ ପ୍ରଦାନ କରାଯାଇଥିବା ଅଭିଯୋଗ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଅଭିଯୋଗକାରୀ ତଥା ଭୁବନେଶ୍ବର ପ୍ରାଣୀ ଚିକିତ୍ସିକ ଓ ସାହିତ୍ୟିକ ଅନ୍ତର୍ଯ୍ୟାମୀ ମିଶ୍ର।

ଏନେଇ ଏବେ ହାଇକୋର୍ଟର ଦ୍ଵାରସ୍ଥ ହୋଇଛନ୍ତି ଅଭିଯୋଗକାରୀ ଅନ୍ତର୍ଯ୍ୟାମୀ । ଆବେଦନକାରୀଙ୍କ ଏହି ମାମଲାକୁ ଗମ୍ଭୀରତାର ସହ ନେଇ ହାଇକୋର୍ଟ ଉଭୟ ଆବେଦନକାରୀ ଓ ପ୍ରତିପକ୍ଷଙ୍କୁ ପରବର୍ତ୍ତୀ ଶୁଣାଣିରେ ତଥ୍ୟ ପ୍ରମାଣ ସହ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ପରବର୍ତ୍ତୀ ଶୁଣାଣି ଫେବୃଆରୀ ୨୪ ତାରିଖକୁ ଧାର୍ଯ୍ୟ କରିଛନ୍ତି ହାଇକୋର୍ଟ । ଉଭୟ ପକ୍ଷ ଆସନ୍ତା ଫେବୃଆରୀ ୨୪ ତାରିଖ ଅପରାହ୍ନ ୨ଟା ସମୟରେ ସମସ୍ତ ତଥ୍ୟ ପ୍ରମାଣ ସହ ବ୍ୟକ୍ତିଗତ ଭାବେ ହାଜର ହେବାକୁ ଜଷ୍ଟିସ ଏସ.କେ ପାଣିଗ୍ରାହୀଙ୍କ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି ।

ଆବେଦନକାରୀ ଅନ୍ତର୍ଯ୍ୟାମୀ ମିଶ୍ର ପେସାରେ ଜଣେ ପ୍ରାଣୀ ଚିକିତ୍ସକ ଓ ଲେଖକ । ଓଡ଼ିଆ ଓ ଅନ୍ୟ ଭାରତୀୟ ଭାଷାରେ ଆବେଦନକାରୀ ପ୍ରାୟ ୨୯ ଟି ପୁସ୍ତକ ରଚନା କରିଛନ୍ତି । ସାହିତ୍ୟ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କ ନାମ ବର୍ଷ ୨୦୨୩ ରେ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଥିଲା ବୋଲି ନିଜ ଆବେଦନରେ ହାଇକୋର୍ଟଙ୍କୁ ପ୍ରାର୍ଥନା କରିଛନ୍ତି । ଏପରିକି ତାଙ୍କୁ ଏନେଇ ତାଙ୍କୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟରୁ ଫୋନ୍ କଲ ଆସିଥିଲା ଓ ଅଭିନନ୍ଦନ ଜଣାଯାଇଥିଲା ବୋଲି ସେ ଆବେଦନରେ ଉଲ୍ଲେଖ କରିଛନ୍ତି ।

Comments are closed.