କୋଇଡା: ଟେନ୍ସା ଫାଣ୍ଡିର ୨ କନଷ୍ଟେବଳଙ୍କୁ ଛୁରା ମାଡ । ଝଗଡ଼ା ସମାଧାନ ପାଇଁ ଯାଇଥିବା ବେଳେ ଛୁରା ମାଡ କରିଛନ୍ତି କିଛି ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ଜଣଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଥିବା ନେଇ ସୂଚନା ମିଳିଛି । ସି-ବ୍ଲକ ଅଞ୍ଚଳରେ ୨ ପରିବାର ମଧ୍ୟରେ ଝଗଡ଼ା ଖବର ପାଇ ଯାଇଥିବା ବେଳେ ହୋଇଥିଲା ଛୁରା ମାଡ ।
ମିଳିଥିବା ସୂଚନା ଅନୁଯାୟୀ, ଟେନ୍ସା ଫାଣ୍ଡି ଅନ୍ତର୍ଗତ ସି-ବ୍ଲକ ଅଞ୍ଚଳରେ ୨ ପରିବାର ମଧ୍ୟରେ ଭୀଷଣ ଝଗଡ଼଼ା ଲାଗିଥିଲା। ଏନେଇ ଖବର ପାଇବା ପରେ ଝଗଡ଼଼ା ସମାଧାନ କରିବାକୁ ଘଟଣାସ୍ଥଳରେ ପହଞ୍ଚିଥିଲେ ଟେନ୍ସା ଫାଣ୍ଡିର ୨ କନଷ୍ଟେବଳ । ଉଭୟ ପରିବାର ମଧ୍ୟରେ ଲାଗିଥିବା ବିବାଦ ସମାଧାନ କରିବାକୁ ଉଦ୍ୟମ ଚଳାଇଥିବାବେଳେ ୨ କନଷ୍ଟେବଳଙ୍କୁ ବିବାଦ ଲଗାଇଥିବା ପରିବାର ମଧ୍ୟରୁ କେହି ଦୁର୍ବୃତ୍ତ ଛୁରୀ ଭୁସି ଦେଇଥିଲେ। ଫଳରେ ଉଭୟ କନଷ୍ଟେବଳ ଗୁରୁତର ଆହତ ହୋଇଥିଲେ। ଗୁରୁତର ଅବସ୍ଥାରେ ୨ ଜଣଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ମାତ୍ର ଜଣଙ୍କ ଅବସ୍ଥା ଅତି ଗୁରୁତର ହେବାକୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ରାଉରକେଲା ସ୍ଥାନାନ୍ତର କରାଯାଇଛି । ଏ ନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
Comments are closed.