ନୁଆଦିଲ୍ଲୀ: ମିଆଁମାରରେ ଭୂକମ୍ପ ଝଟକା । ଲଗାତାର ଦୁଇ ଦୁଇଟି ଭୂମିକମ୍ପରେ ଥରିଲା ମାଟି । ରିକ୍ଟର ସ୍କେଲରେ ତୀବ୍ରତା ଗୋଟେ ୭.୨ ଥିବା ବେଳେ ଅନ୍ୟଟି ୭.୦ ରେକର୍ଡ କରାଯାଇଛି । ଭୂକମ୍ପରେ ଏଯାଏଁ କ୍ଷୟକ୍ଷତି ସୂଚନା ମିଳିନାହିଁ । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ପକ୍ଷରୁ ସୂଚନା ଦିଆଯାଇଛି ।
ମିଆଁମାରରେ ହୋଇଥିବା ଭୂକମ୍ପ ଏତେ ଶକ୍ତିଶାଳୀ ଥିଲା ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକକ୍ରେ ମଧ୍ୟ ସେମାନେ ଅନୁଭବ ହୋଇଥିଲା। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ପୃଥିବୀର ୧୦ କିଲୋମିଟର ଗଭୀରରେ ଥିଲା। ଭୂକମ୍ପ ହେତୁ ବ୍ୟାଙ୍କକକ୍ରେ ଉଚ୍ଚ ମହଲା ବିଶିଷ୍ଟ ଅଟ୍ଟାଳିକାରେ ରହୁଥିବା ଲୋକମାନେ ଭୟଭୀତ ହୋଇ ଘରୁ ବାହାରି ଆସିଥିଲେ। ଏପର୍ଯ୍ୟନ୍ତ କୌଣସି ଜୀବନ ଏବଂ ସମ୍ପତ୍ତି ନଷ୍ଟ ହେବା ନେଇ ସୂଚନା ମିଳିନାହିଁ।
ସେପଟେ ମିଆଁମାରରେ ହୋଇଥିବା ଭୟଙ୍କର ଭୂକମ୍ପ ଝଟକାରେ ଥରି ଉଠିଛି ଭାରତର କିଛି ରାଜ୍ୟ । ଭାରତର ମଣିପୁର, ଅରୁଣାଚଳପ୍ରଦେଶ, ଆସାମ୍ ଏବଂ ନାଗାଲାଣ୍ଡର କେତେକ ଅଞ୍ଚଳରେ ଏହି ଭୂକମ୍ପର ଝଟକା ଅନୁଭୁତ ହୋଇଛି । ଭୂକମ୍ପର ଝଟକା ଏତେ ତୀବର୍ ଥିଲା ଯେ ଭୟରେ ଲୋକେ ଘରୁ ବାହାରକୁ ପଳେଇଆସିଥିଲେ ।
Comments are closed.