Latest Odisha News

ଭୁବନେଶ୍ୱର ରେଳଷ୍ଟେସନରେ ୨ ଯାତ୍ରୀ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱର ରେଳଷ୍ଟେସନରେ‌ ରବିବାର ଦିନ ୨ ଜଣ ଯାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ଗଣମାଧ୍ୟମକୁ ସୂଚନା ଦେଇ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ କହିଛନ୍ତି ଯେ ଦୁଇ ସଂକ୍ରମିତ ଯାତ୍ରୀଙ୍କ କଣ୍ଟାକ୍ଟ ଟ୍ରେସିଂ ଏବଂ ଟ୍ରାଭେଲ୍ ହିଷ୍ଟ୍ରି ଖୋଜା ଚାଲିଛି। ସମ୍ପୃକ୍ତ ଯାତ୍ରୀଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ତେବେ ପ୍ରଥମ ଥର ପାଇଁ ଭୁବନେଶ୍ୱର ରେଳ ଷ୍ଟେସନରୁ ପଜିଟିଭ ମାମଲା ଚିହ୍ନଟ ହୋଇଥିବା ଦର୍ଶାଇ ବିଏମସି କମିଶନର କହିଛନ୍ତି ଯେ ମ୍ୟୁନିସିପାଲ କର୍ପୋରେସନ ପକ୍ଷରୁ ସମସ୍ତ ରେଳ ଯାତ୍ରୀଙ୍କ ଟେଷ୍ଟିଂ ଜୋରଦାର କରାଯାଇଛି।

Leave A Reply

Your email address will not be published.