Latest Odisha News

BREAKING NEWS

ଦେଶରେ ୨୪ଟି ଠକ ବିଶ୍ୱବିଦ୍ୟାଳୟ, ଓଡ଼ିଶାରେ ଅଛି ୨ଟି

ନୂଆଦିଲ୍ଲୀ: ଦେଶରେ ଛତୁ ଫୁଟିଲା ଭଳି ଶିକ୍ଷାନୁଷ୍ଠାନ । ବଡ଼ ବଡ଼ ବିଶ୍ୱବିଦ୍ୟାଳୟ ବି ରହିଛି । କିନ୍ତୁ ନକଲି ବିଶ୍ୱବିଦ୍ୟାଳୟ ସଂଖ୍ୟା ବି କିଛି କମ୍ ନୁହେଁ । ଏବେ ଦେଶରେ ସେଭଳି ୨୪ଟି ଠକ ବିଶ୍ୱବିଦ୍ୟାଳୟ ରହିଛି । ସେଗୁଡ଼ିକୁ ଫେକ୍ ୟୁନିଭର୍ସିଟି ଭାବରେ ଘୋଷଣା କରିଛି ୟୁସିଜି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଉତ୍ତରପ୍ରଦେଶରେ ସର୍ବାଧିକ ୮ଟି ଫେକ୍ ୟୁନିଭର୍ସିଟି ରହିଛି । ଦିଲ୍ଲୀରେ ଏହି ସଂଖ୍ୟା ୭ । ଓଡ଼ିଶା ଓ ପଶ୍ଚିମବଙ୍ଗରେ ଦୁଇଟି ଲେଖାଏ ନକଲି ବିଶ୍ୱବିଦ୍ୟାଳୟ ଅଛି । ସେହିପରି କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ପୁଡୁଚେରୀରେ ଗୋଟିଏ ଲେଖାଏ ଫେକ୍ ୟୁନିଭର୍ସିଟି ରହିଛି ।

ସେଗୁଡ଼ିକୁ ଗତବର୍ଷ ଅକ୍ଟୋବର ମାସରୁ ଫେକ୍ ଘୋଷଣା କରିଛି ୟୁଜିସି । ସେତେବେଳେ ଜାରି ତାଲିକା ଅନୁସାରେ ଓଡ଼ିଶାର ଦୁଇଟି ବିଶ୍ୱବିଦ୍ୟାଳୟ ହେଲା ରାଉରକେଲାରେ ଥିବା ନବଭାରତ ଶିକ୍ଷା ପରିଷଦ ଏବଂ ବାରିପଦା ସ୍ଥିତ ନର୍ଥ ଓଡ଼ିଶା ୟୁନିଭର୍ସିଟି ଅଫ୍ ଏଗ୍ରିକଲଚର ଏଣ୍ଡ ଟେକ୍ନୋଲୋଜି । ଏମାନେ ୟୁଜିସି ଆକ୍ଟର ଉଲ୍ଲଂଘନ କରିଥିବା ଅଭିଯୋଗ ରହିଛି ।

Leave A Reply

Your email address will not be published.