Latest Odisha News

BREAKING NEWS

କୂଅରେ ପଡି ଦୁଇ ଭଉଣୀ ମୃତ୍ୟୁ ମାମଲା, ହତ୍ୟା ପଛରେ ବାପା, ମାଆ ଓ ଭିଣୋଇଙ୍କ ହାତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ଆର.ଉଦୟଗିରି ଅନ୍ତର୍ଗତ ଛେଳିଗଡ ଗ୍ରାମରେ କୂଅ ଭିତରୁ ଦୁଇ ଭଉଣୀଙ୍କ ମୃତଦେହ ଉଦ୍ଧାର ଘଟଣାରେ ଏକ ରୋଚକ ତଥ୍ୟ ପଦାକୁ ଆସିଛି ।

ସୂଚନା ଅନୁଯାୟୀ ଏହି ଘଟଣାରେ ପରିବାର ପକ୍ଷରୁ କରାଯାଇଥିବା ହତ୍ୟା ଅଭିଯୋଗର ଖୋଳତାଡ କରିବା ପରେ ପୋଲିସକୁ ଏକ ନୂଆ ତଥ୍ୟ ମିଳିବା ସହ ସେମାନଙ୍କ ମୃତ୍ୟୁ ପଛରେ ଅନ୍ୟ କାହାର ହାତ ନାହିଁ ବରଂ ନିଜ ଜନ୍ମ କଲା ବାପ ଓ ମା’ଙ୍କ ହାତ ଥିବା ନେଇ ସୁତ୍ରରୁ ଜଣାପଡିଛି ।

ଅନ୍ୟପକ୍ଷରେ ପ୍ରମୋଦ ଆଚାରୀଙ୍କୁ ପୋଲିସର ପଚରାଉଚରା ପରେ ସେ ହିଁ ଦୁଇ ଝିଅଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କରିଥିବା ନେଇ ସ୍ପଷ୍ଟ କରିଥିଲା ଏବଂ ପରବର୍ତ୍ତି ସମୟରେ ଦୁହେଁ ମିଶି ସେମାନଙ୍କୁ କୂଅରେ ଫୋପାଡି ଦେଇଥିଲେ । ଏଥିସହିତ ଏହି ଘଟଣାରେ ସମ୍ପୃକ୍ତିକୁ ନେଇ ପୋଲିସ ଭିଣୋଇ ଗଣେଶକୁ ମଧ୍ୟ ଅଟକ ରଖିଛି ।

ଆହୁରି ମଧ୍ୟ ଝିଅ ସ୍ୱପ୍ନାର ବାହାଘର ଠିକ୍ ହୋଇଯାଇଥିବା ବେଳେ ଭିଣୋଇ ଗଣେଶ ତାର ବାହାଘର ଭାଙ୍ଗି ଦେଇଥିଲା । ବାହାଘର ଭାଙ୍ଗି ଯିବାରୁ ସେମାନେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ନେଇ ପରିବାର ପକ୍ଷରୁ ପୂର୍ବରୁ କୁହାଯାଉଥିଲା ବେଳେ ତଦନ୍ତ ପରେ ଅସଲ ଘଟଣା ପଦାକୁ ଆସିଛି ।

ଅନ୍ୟପକ୍ଷରେ ଭିଣୋଇ ଜଣଙ୍କ ବାହାଘର ଭାଙ୍ଗିବାକୁ ଯାଇ ପୁଅର ପରିବାର ଲୋକଙ୍କୁ ସ୍ୱପ୍ନା ନାମରେ କିଛି ମିଛ କଥା ତଥା ତାର ଅନେକ ଲୋକଙ୍କ ସହିତ ସମ୍ପର୍କ ଥିବା କଥା କହିଥିଲେ, ଯେଉଁଥିପାଇଁ ତାର ବାହାଘର ଭାଙ୍ଗି ଯାଇଥିଲା । ଏକଥା ପ୍ରମୋଦ ଆଚାରି ଜାଣିବା ପରେ ଲୋକଲଜ୍ୟା ତଥା ଝିଅ ଉପରେ ସନ୍ଦେହ କରି ବିଷ ପିଇବା ପାଇଁ ଏକପ୍ରକାର ବାଧ୍ୟ କରିଥିଲେ ।

ତେବେ ଏହି ଘଟଣାରେ ପୋଲିସ ବାପା ଓ ମାଆଙ୍କୁ ଗିରଫ କରିବା ସହ ଗଣେଶକୁ ଅଟକ ରଖି ଅଧିକା ପଚରାଉଚରା ଜାରି ରଖିଛି ।

Leave A Reply

Your email address will not be published.