ବ୍ରହ୍ମପୁର: ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ଖମାରପଲ୍ଲୀ ଗ୍ରାମର ନୂଆସାହି ହରିଜନ ସାହିର ଦୁଇ ଜଣ ଭଉଣୀ ପୋଖରୀରେ ଗାଧୋଉଥିବା ବେଳେ ବୁଡ଼ିଯାଇ ପ୍ରାଣ ହରାଇଛନ୍ତି। ମୃତକମାନେ ହେଲେ ବୁଲୁ ନାଇକଙ୍କ ଦୁଇ ଝିଅ ୧୦ବର୍ଷର ଝିଅ ସାଲିନ ଏବଂ ୮ବର୍ଷର ସୋନାଲିକା। ରବିବାର ପୂର୍ବାହ୍ନରେ ଉଭୟ ଗାଧୋଉଥିବା ପାଇଁ ପୋଖରୀକୁ ଯାଇଥିଲେ। ଘରକୁ ଫେରିବାରେ ବିଳମ୍ୱ ହେବାରୁ ଘର ଲୋକେ ବହୁ ଖୋଜାଖୋଜି ପରେ ମଧ୍ୟ୍ୟ ଉଭୟଙ୍କୁ ପାଇ ନ ଥିଲେ। ପୋଖରୀରେ ଭାସୁଥିବା ଗ୍ରାମବାସୀ ଦେଖି ସ୍ଥାନୀୟ ସରପଞ୍ଚ ସାଇରମ ଆରୁଖଙ୍କୁ ସୂଚନା ଦେଇଥିଲେ। ଜଗନ୍ନାଥ ପ୍ରସାଦ ଥାନାଧିକାରୀ ଦିଲ୍ଲିପ କୁମାର ସ୍ୱାଇଁଙ୍କୁ ଯୋଗାଯୋଗ କରିଥିଲେ। ପରେ ଦମକଳ ବାହିନୀ ପହଁଞ୍ଚିବା ପୂର୍ବରୁ ଗ୍ରାମବାସୀ ଉଭୟଙ୍କୁ ଉଦ୍ଧାର କରିଦେଇଥିଲେ। ଉଭୟଙ୍କୁ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା। ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ସାଲିନ ଚତୁର୍ଥ ଶ୍ରେଣୀ ପଢ଼ୁଥିବା ବେଳେ ମୃତ ସୋନାଲିକା ତୃତୀୟ ଶ୍ରେଣୀରେ ପଢ଼ୁଥିଲେ। ପୂର୍ବରୁ ବାପା ବୁଲୁଙ୍କ ମୃତ୍ୟୁ ହୋଇଯାଇଥିଲା। ମା’ ସୁମିତ୍ରା ଉଭୟଙ୍କ ଲାଳନପାଳନ କରୁଥିଲେ।
BREAKING NEWS
- ସରେଣ୍ଡର କଲେ ଦୁଇ ହାର୍ଡକୋର ମାଓବାଦୀ
- ଜୁନ ୨୬ରେ ଟିମ ଇଣ୍ଡିଆ ପକ୍ଷରୁ ପଦାର୍ପଣ ମ୍ୟାଚ ଖେଳି ପାରନ୍ତି ବୈଭବ
- ଦୀର୍ଘ ବର୍ଷ ପରେ ଚେନ୍ନାଇ ବିପକ୍ଷରେ ଖେଳିଲେ ଜାଡେଜା, ଲୋଗୋକୁ ଦେଖି ହେଲେ ଭାବପ୍ରବଣ
- ବଡ଼ ଘୋଷଣା-ବଡ଼ ପ୍ରଚାର, ଦାୟିତ୍ୱ ଶୂନ୍ୟ: ସରକାରଙ୍କୁ ରାହୁଲଙ୍କ ସମାଲୋଚନା
- ୧ ଏପ୍ରିଲରୁ ଟୋଲ୍ ପ୍ଲାଜାରେ ବଡ଼ ପରିବର୍ତ୍ତନ, ଜାଣନ୍ତୁ କ’ଣ କରିବାକୁ ପଡ଼ିବ?
- ଓଡିଶାକୁ ଆଉ ନାହିଁ ମାଓ ବିପଦ
- Congress’s ‘miracle’ dig at Amit Shah: ଅମିତ ଶାହଙ୍କ ଭାଷଣ ନେଇ କଟାକ୍ଷ କଲା କଂଗ୍ରେସ, କହିଲା, ‘୯୦ ମିନିଟର ଚିତ୍କାର…ଚମତ୍କାର…’
- ଯାଜପୁର ପୋଲିସ୍ ଦ୍ୱାରା “ଇ-ମିତ୍ର” ଚାଟ୍ବୋଟ୍ର ଶୁଭାରମ୍ଭ
- ସେପ୍ଟିକ ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୨ ଶ୍ରମିକ ମୃତ
- ଆସାମ ନିର୍ବାଚନ ପାଇଁ ବିଜେପିର ମାଷ୍ଟର ପ୍ଲାନ୍
Comments are closed.