Latest Odisha News

BREAKING NEWS

ପୋଖରୀରେ ବୁଡି ଚାଲିଗଲା ୨ ଭଉଣୀଙ୍କ ଜୀବନ

ମାଲକାନଗିରି : ପୋଖରୀରେ ଗାଧୋଇବା ହେଲା କାଳ। ପୋଖରୀରେ ଗାଧୋଇବା ବେଳେ ପାଣିରେ ବୁଡିଯାଇ ଦୁଇ ଭଉଣୀଙ୍କ ମୃତ୍ୟୁ ହୋଇଯାଇଛି । ମାଲକାନଗିରି ଜିଲ୍ଲା ପେଡ଼ାକୋଣ୍ଡା ପଞ୍ଚାୟତର ମଙ୍ଗ ଗାଁରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

ବାପା ମାଆ ଜମିକୁ ଚାଷ କାର୍ଯ୍ୟ ପାଇଁ ଯାଇଥିବା ବେଳେ ବଡ ଭଉଣୀ ରାଜେଶ୍ୱରୀ ପଡିଆମି ନିଜର ଦୁଇ ବର୍ଷର ସାନ ଭଉଣୀ ଶିବାନିକୁ ନେଇ ପୋଖରୀ କୁ ଗାଧୋଇବାକୁ ଯାଇଥିଲା । ହେଲେ ଦିର୍ଘ ସମୟ ଧରି ସେମାନେ ଘରକୁ ଫେରି ନଥିବାରୁ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ ।

ପରେ ପୋଖରୀ ଭିତରୁ ସେମାନଙ୍କୁ ଉଦ୍ଧାର କରି ଜିଲ୍ଲା ସଦର ଚିକିତ୍ସାଳୟକୁ ନେଇଥିଲେ ହେଲେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Comments are closed.