ବାଲେଶ୍ବର : ବାଲେଶ୍ବରରେ ମାତିଛନ୍ତି ଲୁଟେରା । ବାହାନଗା ବ୍ଲକ ତଳକୁରୁଣିଆ ଛକରୁ ମହିଳାଙ୍କ ବେକରୁ ସୁନାଚେନ ଲୁଟି ନେଇଛନ୍ତି ଦୁର୍ବୃତ୍ତ । ମହିଳା ଜଣକ ସ୍କୁଟିରେ ଯାଉଥିବା ବେଳେ ଦୁଇ ଜଣ ତାଙ୍କୁ ଅଟକାଇଥିଲେ । ପରେ ଛୁରୀ ଦେଖାଇ ଭୟଭୀତ କରି ମହିଳାଙ୍କ ବେକରୁ ସୁନା ଚେନ ଛିଡ଼ାଇ ନେଇ ପଳାଇ ପଳାଇଥିଲେ । ତେବେ ମହିଳା ଜଣଙ୍କ ପାଟି କରିବାରୁ ସ୍ଥାନୀୟ ଲୋକେ ୨ ଦୁର୍ବୃତ୍ତଙ୍କୁ ଧରିବାକୁ ଉଦ୍ୟମ କରିଥିଲେ । ହେଲେ ଏହି ଦୁର୍ବୃତ୍ତମାନେ ନରହିବାରୁ ସେମାନଙ୍କ ଉପରକୁ ଗରମ ଚା’ ଫିଙ୍ଗିଥିଲେ ଲୋକେ । ପରେ ଦୁର୍ବୃତ୍ତମାନେ ମୋଟର ସାଇକେଲ ସହ ପଡ଼ିଯାଇଥିଲେ । ଆଉ ଧରାପଡ଼ିଯିବା ଭୟରେ ଫାଙ୍କା ଗୁଳି ଚଳାଇଥିଲେ ଲୁଟେରା । ଏହାପରେ ଗାଡି ଛାଡି ବିଲ ଭିତରେ ଦୌଡି ପଳାଇଥିଲେ ଲୁଟେରା । ଖବର ପାଇ ସୋର ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାଇକକୁ ଜବତ କରିବା ସହ ସ୍ଥାନୀୟ ଲୋକଙ୍କ ସହାୟତାରେ ଦୁର୍ବୃତ୍ତଙ୍କୁ ଧରିବାକୁ ଚେଷ୍ଟା ଚଳାଇଛି ।
BREAKING NEWS
- ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ୮୦ କୋଟିର ପାଣ୍ଡରା ରିଭରଫ୍ରଣ୍ଟ ପ୍ରକଳ୍ପ, ଜାଣନ୍ତୁ କଣ ମିଳିବ ଖାସ୍…
- ସାଉଥ୍ ସିନେମାରେ ଡେବ୍ୟୁ କରିବେ ଗୋବିନ୍ଦା!
- ଡିସେମ୍ବର ୪ରୁ ପ୍ରାଥମିକ ଶିକ୍ଷକଙ୍କ ବଡ଼ ଆନ୍ଦୋଳନ
- ବିଦ୍ୟୁତ୍ ଠିକା କର୍ମଚାରୀଙ୍କ ଆନ୍ଦୋଳନ ପ୍ରସଙ୍ଗ: ଗୃହରେ ବିବୃତି ରଖିଲେ ଉପମୁଖ୍ୟମନ୍ତ୍ରୀ
- କର୍ତ୍ତବ୍ୟରେ ଅବହେଳା ପାଇଁ ମଞ୍ଚେଶ୍ୱର ଆଇଆଇସି ନିଲମ୍ବିତ
- ଟାସ୍କ ଫୋର୍ସର ସଦସ୍ୟଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା, ନିଯୁକ୍ତି ପାଇଁ ଗୋଟିଏ ପରୀକ୍ଷା…
- ୧୪ ବର୍ଷ ପରେ ଭାରତକୁ ଫେରିବ ଥମାସ ଓ ଉବେର ବ୍ୟାଡମିଣ୍ଟନ
- ପୁରୁଷ ଓ ମହିଳା ଏକାଠି ଖେଳିବେ କ୍ରିକେଟ୍; ଜର୍ମାନୀରେ ନୂଆ ଟି-୨୦ ଲିଗ୍ ଲଞ୍ଚ୍ କରିବେ ଜାହିର
- ବଡ଼ ଘୋଷଣା; ଡିସେମ୍ବର ୨୬ରେ ହେବ ଓଡ଼ିଶା ପୋଲିସ SI ପରୀକ୍ଷା…
- ନଭେମ୍ବର ୨୮ରେ KIMS ୩ୟ ଜାତୀୟ ସମ୍ମିଳନୀ
Comments are closed.