Latest Odisha News

BREAKING NEWS

୪୭ ବର୍ଷ ପରେ ପରସ୍ପରକୁ ଭେଟିଲେ ଦୁଇ ଭଉଣୀ

ନୋମପେହ୍ନ: କାମ୍ବୋଡିଆରେ ଦୁଇ ବୟସ୍କା ଭଉଣୀ ୪୭ ବର୍ଷ ପରେ ପୁନର୍ବାର ପରସ୍ପରକୁ ଭେଟି ପାରିଛନ୍ତି । ଏହି ଦୁଇ ଜଣ ହେଲେ ୱନ ସେନ୍ (୯୮) ଓ ୱନ ଚିୟୋ(୧୦୧) । ୧୯୭୩ରେ ସେମାନେ ପରସ୍ପରକୁ ଶେଷ ଥର ପାଇଁ ଦେଖିଥିଲେ । ସେମାନଙ୍କ ମଧ୍ୟରେ କେହି ଚିନ୍ତା କରି ନ ଥିଲେ ଯେ, ତାଙ୍କ ଭଉଣୀ ବଂଚିଥିବେ ।

୧୯୭୫ରେ ପଲ ପଟ କାମ୍ବୋଡିଆର ଏକଚ୍ଛତ୍ରବାଦ ଶାସକ ହୋଇଥିଲେ । ସେହି ସମୟରେ ଦେଶରେ ଅରାଜକତା ବ୍ୟାପି ଯାଇଥିଲା । ୨୦ ଲକ୍ଷ ଲୋକ ଏହା ଦ୍ୱାରା ପ୍ରଭାବିତ ହୋଇଥିଲେ । ଏହି ଦୁଇ ଭଉଣୀ ପରସ୍ପରଠାରୁ ଅଲଗା ହୋଇ ଯାଇଥିଲେ । ସବୁଠାରୁ ମଜା କଥା ସେମାନଙ୍କର ୯୨ ବର୍ଷର ଏକ ଭାଇ ମଧ୍ୟ ଅଛି । ୨୦୦୪ରୁ ଖୋଜା ଚାଲିଥିଲେ ମଧ୍ୟ କେହି କାହାକୁ ପାଇ ନ ଥିଲେ ।

Comments are closed.