Latest Odisha News

BREAKING NEWS

କାନାଡାରେ ଦୁଇ ଭାରତୀୟ ଯୁବକଙ୍କୁ ଗୁଳି ମାଡ

ନୂଆଦିଲ୍ଲୀ: କାନାଡାରେ ପଞ୍ଜାବର ଦୁଇ ଯୁବକଙ୍କୁ ଗୁଳିମାଡ। ଦୁହେଁ ପଞ୍ଜାବ ଜଳନ୍ଧରର ବାସିନ୍ଦା ବୋଲି ଜଣାପଡିଛି।

କାନାଡାର ଏଡମୋଣ୍ଟନରେ ଉଭୟ ଯୁବକଙ୍କୁ ହତ୍ୟା କରାଯାଇଥିଲା। ଦୁହେଁ ଷ୍ଟଡି ଭିସାରେ କାନାଡା ଯାଇଥିଲେ। ଏହି ଘଟଣା ବୁଢ଼ଲାଡା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ଏକ ଉନ୍ନତ ଭବିଷ୍ୟତର ଆଶା ନେଇ ବିଦେଶ ଯାଇଥିବା ଦୁଇ ଯୁବକ ହିଂସାର ଶିକାର ହୋଇଥିଲେ। ତେବେ ଛାତ୍ରମାନେ ବାରହା ଗ୍ରାମର ଗୁରଦୀପ ସିଂହ (୨୭) ଏବଂ ଉଦତ ସୈଦେୱାଲା ଗ୍ରାମର ରଣବୀର ସିଂହ (୧୮) ଭାବରେ ଚିହ୍ନଟ ହୋଇଛନ୍ତି। ଦୁହେଁ ପାଠପଢ଼ା ପାଇଁ କାନାଡା ଯାଇଥିଲେ।

 

Comments are closed.