ଭବନେଶ୍ୱର: ରାଜଧାନରୁ ଛାତ୍ର ନିଖୋଜ । ୨ ନାବାଳକ ଛାତ୍ର ସ୍କୁଲ ଯାଇ ନିଖୋଜ ହାଇ ଯାଇଛନ୍ତି । ଗତକାଲିଠାରୁ ସ୍କୁଲ ଯାଇ ଘରକୁ ଫେରି ନାହାନ୍ତି ଏହି ଦୁଇ ଛାତ୍ର । ପିଲାଙ୍କୁ ଖୋଜି ଆଣିବା ପାଇଁ ପରିବାର ଲାେକେ ଚନ୍ଦକା ଥାନାର ଦ୍ୱାରସ୍ଥ ହୋଇ ନେହୁରା ହୋଇଛନ୍ତି ।
ନିଖୋଜ ଛାତ୍ର ଦ୍ୱୟ ହେଲେ ସୋନୁ କୁମାର ଓ ପୃଥ୍ୱୀରାଜ ପ୍ରଧାନ। ଉଭୟେ ଦଶମ ଶ୍ରେଣୀର ଛାତ୍ର । ଏମାନେ ରାଜଧାନୀର ଏକ ଘରୋଇ ସ୍କୁଲରେ ପଢନ୍ତି । ଗତକାଲି ସକାଳେ ସୋନୁ ଓ ପୃଥ୍ୱୀରାଜ ଅଟୋ ଯୋଗେ ସ୍କୁଲ ଯାଇଥିଲେ। ସ୍କୁଲ ପହଞ୍ଚିବାର କିଛି ସମୟ ପରେ ସେମାନେ ବିସ୍କୁଟ କିଣିବାକୁ ପାଖ ଦୋକାନକୁ ଯାଇଥିଲେ। ତା’ ପରଠାରୁ ସେମାନେ ନିଖୋଜ ହୋଇ ଯାଇଥିଲେ । ନା ସ୍କୁଲକୁ ଫେରିଥିଲେ ନା ଘରକୁ ।
ଏପଟେ ସ୍କୁଲ ଛୁଟି ହେବା ପରେ ବି ପଲା ନ ଫେରିବାରୁ ପରିବାର ଲାେକ ଖୋଜାଖୋଜି କରିଥିଲେ । ସ୍କୁଲରେ ଯାଇ ପଚରାଉଚରା କରିଥିଲେ । ହେଲେ ସେଠାରୁ କିଛି ସୂଚନା ନ ପାଇବା ପରେ ଥାନାର ଦ୍ୱାାରସ୍ଥ ହୋଇଛନ୍ତି ।
ପୋଲିସ ସ୍କୁଲରେ ଲାଗିଥିବା ସିସିଟିଭି ଏବଂ ସ୍କୁଲ ରାସ୍ତାରେ ଲାଗିଥିବା କ୍ୟାମେରା ଫୁଟେଜକୁ ଯାଞ୍ଚ କରୁଛି । ଏଥିସହିତ ସ୍କୁଲ ଅଧ୍ୟକ୍ଷ, ସେମାନଙ୍କ ସାଙ୍ଗସାଥୀଙ୍କୁ ପଚରାଉଚରା କରୁଛନ୍ତି
Comments are closed.