Latest Odisha News

BREAKING NEWS

ଦକ୍ଷିଣ କୋରିଆରେ ପ୍ରଶିକ୍ଷଣ ନେବେ ସୁନ୍ଦରଗଡର ଦୁଇ ତୀରନ୍ଦାଜ

ରାଉରକେଲା: ସୁନ୍ଦରଗଡ ସାଇ ପ୍ରଶିକ୍ଷଣ କେନ୍ଦ୍ରର ଦୁଇ ପ୍ରତିଭାବାନ ତୀରନ୍ଦାଜ ଦକ୍ଷିଣ କୋରିଆରେ ପ୍ରଶିକ୍ଷଣ ନେବେ । ପୂର୍ବରୁ ଭାରତୀୟ କ୍ରୀଡା ପ୍ରାଧୀକରଣ ବିଭାଗ ବିଭିନ୍ନ କେନ୍ଦ୍ରରୁ ୨୦ଜଣ ଯୁବ ତୀରନ୍ଦାଜଙ୍କୁ ଏଥିପାଇଁ ମନୋନୀତ କରିଥିଲେ । କସ୍ତୁରୀ ମୁଣ୍ଡ(ସବ ଜୁନିୟର) ଓ ମମିତା ଓରାମ(ଜୁନିୟର) ଏଥିରେ ସ୍ଥାନ ପାଇଛନ୍ତି । ଏବେ ସେମାନେ କିମ ହୁୟାଙ୍ଗ ଟାକରେ ସେପ୍ଟମ୍ବର ୨୧ରୁ ୨୭ ପର୍ଯ୍ୟନ୍ତ ପ୍ରଶିକ୍ଷଣ ନେବେ । ପ୍ରଥମ ଥର ପାଇଁ ସୁନ୍ଦରଗଡର କୌଣସି ତୀରନ୍ଦାଜ ବିଦେଶ ମାଟିରେ ପ୍ରଶିକ୍ଷଣ ନେବାକୁ ଯାଉଛନ୍ତି ।

ସୁନ୍ଦରଗଡର କୋଚ ଅଭୟ ଦେବଙ୍କ ସମେତ ୩ଜଣ ଏହି ଗସ୍ତରେ ଯିବେ । କୋରିଆ ଯିବା ପୂର୍ବରୁ ୨୦ଜଣ ତୀରନ୍ଦାଜ ହରିୟାଣାରେ ଥିବା ଜାତୀୟ ପ୍ରଶିକ୍ଷଣ ଶିବିରରେ ସେପ୍ଟମ୍ବର ୧ରୁ ପ୍ରଶିକ୍ଷଣ ନେଉଛନ୍ତି । ୨୧ରେ ସମ୍ପୂର୍ଣ୍ଣ ଟିମ କୋରିଆ ଗସ୍ତରେ ଯିବ । ଆଗାମୀ ଦିନରେ ଏହି ଯୁବ ତୀରନ୍ଦାଜ ଭାରତ ଓ ଓଡିଶାର ନାମ କମାଇବେ ବୋଲି ଆଶା ବ୍ୟକ୍ତ କରାଯାଇଛି ।

Comments are closed.