Latest Odisha News

BREAKING NEWS

ବେଙ୍ଗାଲୁରୁରେ ୨ଟି ‘ସୂର୍ଯ୍ୟ କିରଣ ଏୟାରକ୍ରାଫ୍ଟ’ ମୁହାଁମୁହିଁ ଧକ୍କା, ପାଇଲଟ୍ ମୃତ

ବେଙ୍ଗାଲୁରୁ : ବେଙ୍ଗାଲୁରୁରେ ହେବାକୁ ଯାଉଥିବା ‘ଏରୋ ଇଣ୍ଡିଆ ୨୦୧୯’ ନିମନ୍ତେ ଅଭ୍ୟାସ କରୁଥିବା ବେଳେ ଭାରତୀୟ ବାୟୁସେନାର ୨ଟି ସୂର୍ଯ୍ୟକିରଣ ବିମାନ ମଙ୍ଗଳବାର ଦିନ ଦୁର୍ଘଟଣାଗ୍ରସ୍ତ ହୋଇଛି ।

ପ୍ରାପ୍ତ ସୂଚନାନୁଯାୟୀ ବାୟୁସେନାର ଏହି ୨ଟି ବିମାନ ଏରୋ ଇଣ୍ଡିଆ ସୋ ପାଇଁ ଅଭ୍ୟାସ କରୁଥିବା ବେଳେ ଆକାଶରେ ହିଁ ଦୁଇଟି ବିମାନ ପରସ୍ପର ସହ ଧକ୍କା ହୋଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ ଦୁଇଟିଯାକ ବିମାନରେ ୩ ଜଣ ପାଇଲଟ ରହିଥିଲେ ଏବଂ ସେମାନଙ୍କ ମଧ୍ୟରୁ ୨ ଜଣ ପାଇଲଟ୍ ପାରାଚ୍ୟୁଟ୍ ଯୋଗେ ନିରାପଦରେ ବାହାରି ଆସିଥିବା ବେଳେ ଅନ୍ୟ ଜଣେ ପାଇଲଟଙ୍କ ମୃତ୍ୟୁ ଘଟିଥିବା ନେଇ ଅଗ୍ନିଶମ ବିଭାଗର ଡିଜିପି ଏମ୍ ଏନ୍ ରେଡ୍ଡୀଙ୍କ ପକ୍ଷରୁ ସୂଚନା ମିଳିଛି।

ଏହି ଦୁର୍ଘଟଣାରେ ଜଣେ ସାଧାରଣ ବ୍ୟକ୍ତି ମଧ୍ୟ ଆହତ ହୋଇଛନ୍ତି । ଆହୁରି ମଧ୍ୟ ଏହି ଦୁର୍ଘଟଣା କାରଣ ସମ୍ପର୍କରେ ଜାଣିବା ପାଇଁ ତଦନ୍ତ ଆରମ୍ଭ ହୋଇଥିବା ନେଇ ସୁତ୍ରରୁ ପ୍ରକାଶ ।

ବେଙ୍ଗାଲୁରୁ ସ୍ଥିତ ୟେଲହାଙ୍କା ଏୟାରବେସରେ ଫେବୃଆରୀ ୨୦ରୁ ୨୪ ତାରିଖ ମଧ୍ୟରେ ‘ଏରୋ ଇଣ୍ଡିଆ ୨୦୧୯’ର ୧୨ତମ ସଂସ୍କରଣ ଆୟୋଜିତ ହେବାକୁ ଯାଉଛି ।

Leave A Reply

Your email address will not be published.