Latest Odisha News

BREAKING NEWS

ଚୋରି ହୋଇଗଲା ବାଘର ଗତିବିଧି ଉପରେ ନଜର ରଖିବାକୁ ଲାଗିଥିବା କ୍ୟାମେରା

ଓଡିଶା ସମ୍ବାଦ ବ୍ୟୁରୋ: ବାଘର ଗତିବିଧ ଉପରେ ନଜର ରଖିବାକୁ କେନ୍ଦୁଝର ପାଟଣା ଫରେଷ୍ଟ ରେଞ୍ଜରେ କ୍ୟାମେରା ଲାଗିଥିଲା । ବନ ବିଭାଗ ପକ୍ଷରୁ ୧୦ଟି କ୍ୟାମେରା ଲଗାଯାଇଥିଲ।। ହେଲେ ୨ଟି କ୍ୟାମେରା ଏବେ ଚୋରି ହୋଇଯାଇଛିା ତେଣୁ ବାଘର ଗତିବିଧିକୁ ଦେଖିବା ଏବେ ସମ୍ଭବ ହେବ ନାହିଁ । ଯାହାକି ଆଗାମୀ ଦିନରେ ଉଭୟ ବାଘ ଏବଂ ସ୍ଥାନୀୟ ଲୋକଙ୍କ ପାଇଁ ବିପଦ ସାଜିପାରୋ ଶିକାରୀମାନେ ଏପରି କପିଥାଇପାରନ୍ତି ବୋଲି ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି ।

କ୍ୟାମେରା ଚୋରି ହେବା ଫଳରେ ବିଶେଷକରି ନିକଟରେ ଏହି ଅଂଚଳରେ ଠାବ ହୋଇଥିବା ମହାବଳ ବାଘଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି । ଏ ନେଇ ଘଟଗାଁ ଥାନାରେ ବନ ବିଭାଗ ପକ୍ଷରୁ ଏକ ଲିଖିତ ଅଭିଯୋଗ ହୋଇଛି ।

ବନ ବିଭାଗ କହିବା ଅନୁସାରେ କେନ୍ଦୁଝର ଜଙ୍ଗଲରେ ପୂର୍ବରୁ ମଧ୍ୟ ମହାବାଳ ବାଘ ବା ରୟାଲ ବେଙ୍ଗଲ ଟାଇଗର ଥିଲା । ଆଉ ଏହାର ଅସ୍ତିତ୍ୱକୁ ନେଇ ଆସିଥିବା ଖବର ଏବେ ଏହାର ଜୀବନକୁ ବାଜିରେ ଲଗାଇ ଦେଇଛି ।

ଘଟଣା ସମ୍ପର୍କରେ କେନ୍ଦୁଝର ଏସିଏଫ୍‌ଓ ଘନଶ୍ୟାମ ମହାନ୍ତ କହିଛନ୍ତି, ପାଟଣା ରେଞ୍ଜ ଅନ୍ତର୍ଗତ ଆଠେଇ ସଂରକ୍ଷିତ ଜଙ୍ଗଲରେ ୧୦ଟି କ୍ୟାମେରା ଲାଗିଛି । ଆମେ ଜାଣିବାକୁ ପାଇଲୁ ଯେ ସେଥିମଧ୍ୟରୁ ଦୁଇଟି କ୍ୟାମେରା ଗାଏବ ହୋଇଯାଇଛି । ଏନେଇ ଆମେ ଥାନାରେ ଅଭିଯୋଗ କରିଛୁ ।

ଖୁବ୍ ଶୀଘ୍ର ଆମେ ସେହି କ୍ୟାମେରାଗୁଡ଼ିକୁ ଉଦ୍ଧାର କରିବାକୁ ଯୋଜନା ହେଉଛି । କାରଣ ସେହି କ୍ୟାମେରା କୌଣସି ସାଧାରଣ ନାଗରିକଙ୍କ କାମରେ ଆସିବ ନାହିଁ । ମୁଁ ଭାବୁଛି ଶିକାରୀମାନେ ସେମାନଙ୍କ କାର୍ଯ୍ୟକଳାପକୁ କ୍ୟାମେରାରେ କଏଦ କରିଥାଇ ପାରନ୍ତି ବୋଲି ଭାବି ଏହାକୁ ଚୋରି କରି ନେଇଛନ୍ତି ।

ଦୁଇଟି ରୟାଲ ବେଙ୍ଗଲ ଟାଇଗର ଦେଖିବାକୁ ମିଳିଛି – ଗୋଟିଏ କେନ୍ଦୁଝର ଜିଲ୍ଲା ଘଟଗାଁ ଫରେଷ୍ଟ ରେଞ୍ଜରେ ଏବଂ ଅନ୍ୟଟି ନିକଟରେ ବରଗଡ଼ ନିକଟ ଡେବ୍ରିଗଡ଼ ଅଭୟାରଣ୍ୟରେ ।

କେନ୍ଦୁଝରରେ ଥିବା ଏହି ବାଘୁଣୀର ବୟସ ପ୍ରାୟ ୩-୪ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ମହାବାଳ ବାଘ କରଞ୍ଜିଆ ଦେଇ ଶିମିଳିପାଳରୁ ସାତକୋଶିଆ ଦେଇ ଘଟଗାଁରେ ପହଂଚିଥିବା ସନ୍ଦେହ କରାଯାଉଛି । ଶିମିଳିପାଳ ଫେରିବା ବାଟରେ ବାଘର ଗତିବିଧି ଧରାପଡ଼ିଥିବା ସୂଚନା ମିଳିଛି ।

Comments are closed.