Latest Odisha News

ନୃଶଂସତାର ସୀମା ପାର କଲେ ଦୁର୍ବୃତ୍ତ: ଛୋଟ ଛୁଆଙ୍କୁ ଦେଲେ ଅକଥନୀୟ ନିର୍ଯାତନା

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ସିଦ୍ଧାର୍ଥନଗରରେ ଦୁଇ ନାବାଳକଙ୍କୁ ଅକଥନୀୟ ନିର୍ଯ୍ୟାତନା । ପରିସ୍ରା ପିଆଇଲେ, ଗୁପ୍ତାଙ୍ଗରେ ଲଙ୍କା ପୁରାଇଦେଲେ ଦୁର୍ବୃତ୍ତ । ଚୋରି ଅଭିଯୋଗରେ ଦୁଇ ନାବାଳକଙ୍କୁ କିଛି ଦୁର୍ବୃତ୍ତମାନେ ଅମାନବୀୟ ନିର୍ଯ୍ୟାତନା ଦେବାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡ଼ିଓ ଭାଇରାଲ ହେବା ପରେ ପୋଲିସ ୬ଜଣଙ୍କୁ ଅଟକ ରଖିଛି ।

ସୂଚନା ଅନୁସାରେ , ଏହି ଦୁଇ ନାବାଳକ ଟଙ୍କା ଚୋରି କରିଥିବା ଅଭିଯୋଗ କରି କିଛି ଲୋକ ସେମାନଙ୍କୁ ବାନ୍ଧି ନିର୍ଯାତନା ଦେଇଛନ୍ତି। ସେମାନେ ଛାଡ଼ି ଦେବାକୁ କହି ଯେତେ ନେହୁରା ହୋଇଥିଲେ ମଧ୍ୟ ସେଠାରେ ଉପସ୍ଥିତ ଥିବା ଲୋକମାନେ କିଛି ବି ଶୁଣି ନଥିଲେ। ଦୁର୍ବୃତ୍ତମାନେ ପ୍ରଥମେ ଦୁଇ ନାବାଳକଙ୍କୁ ମାଡ଼ ମାରିବା ସହ କଞ୍ଚା ଲଙ୍କା ଖାଇବାକୁ ଦେଇଥିଲେ । କଞ୍ଚା ଲଙ୍କା ଖାଇବା ପରେ ରାଗର କଷ୍ଟକୁ ଲାଘବ କରିବା ପାଇଁ ସେମାନଙ୍କୁ ବୋତଲରେ ଭର୍ତ୍ତି ହୋଇଥିବା ପରିସ୍ରା ପିଇବାକୁ ବାଧ୍ୟ କରାଯାଇଥିଲା। ସେତିକିରେ ମନ ମାନିନଥିଲା ଯେ ପିଲା ଦୁହିଁଙ୍କୁ ହାତଗୋଡ ବାନ୍ଧି ନିବସ୍ତ୍ର କରି ଚଲାଇବା ସହ ସେମାନଙ୍କ ଗୁପ୍ତାଙ୍ଗରେ କଞ୍ଚାଲଙ୍କା ଭର୍ତ୍ତି କରିଥିଲେ ଓ ପେଟ୍ରୋଲ ଇଞ୍ଜେକସନ ମଧ୍ୟ ଦେଇଥିଲେ ।

ପୋଲିସ ସୂଚନା ଅନୁସାରେ, ଦୁଇ ନାବାଳକଙ୍କ ମଧ୍ୟରୁ ଜଣଙ୍କର ବୟସ ୧୫ ବର୍ଷ ହୋଇଥିବା ବେଳେ ଅନ୍ୟଜଣଙ୍କର ବୟସ ୧୦ ବର୍ଷ । ଚୋରି ଅଭିଯୋଗରେ ସେହି ଦୁଇ ନାବାଳାକଙ୍କୁ ଏପରି ନିର୍ଯ୍ୟାତନା ଦେଇଛନ୍ତି ଦୁର୍ବୃତ୍ତ । ଏହି ଭିଡିଓଟି ଅଗଷ୍ଟ ୪ର । ଏହି ଭିଡିଓ ଅତ୍ୟନ୍ତ ବିଚଳିତ କରିବା ଭଳି ଭିଡ଼ିଓ । ପୋଲିସ ନିଜ ଆଡ଼ୁ ଘଟଣାକୁ ଗୁରୁତ୍ୱର ସହ ନେଇ ବିଭିନ୍ନ ଦଫାରେ ମାମଲା ରୁଜୁ କରିଛି। ଘଟଣାରେ ସାମିଲ ଥିବା ସମସ୍ତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ ଅଟକ ମଧ୍ୟ ରଖାଯାଇଛି ବୋଲି ଏଏସପି ସିଦ୍ଧାର୍ଥ ସୂଚନା ଦେଇଛନ୍ତି ।

Comments are closed.